ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରାରେ ଅଚାନକ ହଜାର ସଂଖ୍ୟାରେ ଭିଡ଼, ସେ ବି ଦେଶର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଲକଡାଉନର ସମୟ ଅବଧି ବଢାଇବା ନେଇ ଘୋଷଣା କରିବା ପରେ ପରେ । ଏହା ଏକ ଷଡଯନ୍ତ୍ର ନା ଆଉକିଛି ! ୧୪ ଅପ୍ରେଲ ସକାଳ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନାଗରିକଙ୍କ ସୁରକ୍ଷା ଓ କରୋନାଭାଇରସର ଚକ୍ର ଭାଙ୍ଗିବାକୁ ପୁଣିଥରେ ଲକଡାଉନର ସମୟ ସୀମାକୁ ମଇ ୩ ଯାଏଁ ବଢେଇଛନ୍ତି ।
ଗତକାଲି ପୋସିଲ ଦ୍ଵାରା ହସ୍ତଗତ ହେଇଛି ଗୋଟେ ଭିଡ଼ିଓ କ୍ଲିପ ଯେଉଁଥିରେ ବିନୟ ଦୁବେ ନାମକ ଜଣେ ବ୍ୟକ୍ତି ନିଜକୁ ଶ୍ରମିକମାନଙ୍କ ନେତା କହୁଥିବାବେଳେ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି ଯେ ଯଦି ବଞ୍ଚି ରହିବାକୁ ଚାହଁ, ଯଦି ନିଜ ପରିବାର ପାଖରେ ପହଞ୍ଚିବାର ଅଛି, ଯଦି ନିଜ ଅସ୍ତିତ୍ଵର ଯୁଦ୍ଧ ଲଢିବାର ଅଛି ତେବେ ଆଜି ସରକାରଙ୍କ ବିରୋଧରେ ସ୍ଵର ଉଠାଇବାକୁ ପଡ଼ିବ । ସେ ସରକାରଙ୍କ ବିରୋଧରେ ଖୋଲାଖୋଲି ଚେତାବନୀ ଦେଇ ଘୋଷଣା କରିଛନ୍ତି ଯେ ଆଗାମୀ ଅପ୍ରେଲ ୧୮ ଯାଏଁ ଯେତେ ବି ମୁମ୍ବାଇ ମହାରାଷ୍ଟ୍ରରେ ଶ୍ରମିକ ଫସି ରହିଛନ୍ତି, ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନ୍ୟ ତିଲକ ଟର୍ମିନସ ନିକଟରେ ପହଞ୍ଚନ୍ତୁ । ସେଠି ଏକଜୁଟ ହେଇ ସାମାଜିକ ଦୂରତାର ଧ୍ୟାନ ରଖିବା ସହିତ, କରୋନା ବିରୋଧରେ ଲଢେଇ ଜାରି ରଖିବା ସହିତ ଲୋକମାନ୍ୟ ତିଲକ ଟର୍ମିନସରେ ଧାରଣା ଦିଅନ୍ତୁ । ଘରେ ବସି ମରିବା ଅପେକ୍ଷା କିଛି ନହେଲେ ସଂଘର୍ଷ କରି ମରିବା ।
ବିନୟ ଦୁବେ ମୁମ୍ବାଇରେ ଶ୍ରମିକଙ୍କ ନେତା, ମୁମ୍ବାଇରେ ଉତ୍ତର ଭାରତୀୟ ସଂଗଠନ ଚଳେଇବା ଓ ଉତ୍ତର ଭାରତୀୟ ମହାପଞ୍ଚାୟତ ସଂଘ ଏନଜିଓର ପ୍ରମୁଖ ଏବଂ ଶ୍ରମିକଙ୍କ ଦାବି ନେଇ ସରକାରଙ୍କୁ ଲଗାତର ଧମକ ଦେଇଆସୁଛି । ୨୦୧୯ ଲୋକସଭା ନିର୍ବାଚନ ମଧ୍ୟ ସେ ଲଢି ସାରିଛନ୍ତି ଓ “ଚଲୋ ଘର କି ଔର” କ୍ୟାମ୍ପେନ ଅନେକ ଦିନ ଧରି ଲଗାତାର ଚଳେଇ ଆସୁଥିଲେ ।
ଜବତ ହେଇଥିବା ବିନୟ ଦୁବେଙ୍କ ଏହି ଭିଡ଼ିଓ ଓ ତାଙ୍କ ଇତିହାସ ସହିତ ଯଦି ଗତ କାଲିର ହଜାର ସଂଖ୍ୟାରେ ମୁମ୍ବାଇର ବାନ୍ଦ୍ରାଠାରେ ଭିଡ଼କୁ ତୁଳନା କରାଯାଏ ତେବେ ଏହା ଏକ ଭାବିଚିନ୍ତି ଷଡଯନ୍ତ୍ର କଲାଭଳି ଦୃଶୀୟମାନ ହେଉଛି । କାରଣ ଏକଜୁଟ ହେଇଥିବା ଭିଡ଼ର ଷ୍ଟେସନରେ କୌଣସି ଲମ୍ବା ଯାତ୍ରା କରୁଥିବା ରେଳ ଚଳାଚଳ ହୁଏ ନାହିଁ । ଉତ୍ତର ପ୍ରଦେଶ ଓ ବିହାର ପାଇଁ ରେଳ ଏଠି ମିଳେନା । ଭିଡ଼ ଭିତରେ ନା ମହିଳା ଥିଲେ ନା ଶିଶୁ । ଏମିତିକି ଲୋକଙ୍କ ହାତରେ ନା ବ୍ୟାଗ ଥିଲା ନା ଥଳି । ତେବେ ସେମାନେ ଘରକୁ ଫେରିବାକୁ ଏକଜୁଟ ହେଇଥିଲେ ନା ଆଉକିଛି କାରଣ ଥିଲା ! ଆଉ ଭିଡ଼ ଏକାଠି ହେବା ଭିତରେ ମୁମ୍ବାଇ ପୋଲିସକୁ ଏ ବିଷୟରେ କୌଣସି ସୁରାଗ ମିଳିଲାନି କେମିତି ! ତେବେ ଏ ଲକଡାଉନ ଭିତରେ କାହିଁକି ଏତେ ସଂଖ୍ୟାରେ ଲୋକ ଏକଜୁଟ ହେଲେ ଯାହାର ଉତ୍ତର ନା ମୁମ୍ବାଇ ପୋଲିସ ପାଖରେ ଅଛି ନା ମହାରାଷ୍ଟ୍ର ସରକାର ପାଖରେ । ଏମିତିକି ସେଠାରେ ଜମା ହେଇଥିବା ଲୋକଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନାହିଁ ।