ସଂସ୍କାର : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସେ ନିଜର ଇସ୍ତଫା ପତ୍ର ପଞ୍ଜାବ ରାଜ୍ୟପାଳଙ୍କୁ ସାକ୍ଷାତକରି ଦେଇଛନ୍ତି। ଶନିବାର ଦିନ ସିଏଲପିର ବୈଠକ ପୂର୍ବରୁ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦାଖଲ କରିବା ପରେ କ୍ୟାପଟେନ ଅମରିନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “ମୁଁ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ନିଷ୍ପତ୍ତି ନେଇଥିଲି। ଆଉ ଏହି ଇସ୍ତଫା ବାବଦରେ ମୁଁ ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲି। ଏହା ମୋ ପାଇଁ ତୃତୀୟ ଥର ପାଇଁ ଘଟୁଛି। ମୁଁ ଏଠାରେ ଅପମାନିତ ଅନୁଭବ କରୁଛି। ତେବେ ବର୍ତ୍ତମାନ ସୋନିଆ ଗାନ୍ଧୀ ଯାହାଙ୍କୁ ବିଶ୍ୱାସ କରନ୍ତି, ସେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ। ସେଥିରେ ମୋର କିଛି ହସ୍ତକ୍ଷେପ ନାହିଁ।
![](https://sanskarnetwork.in/odia/wp-content/uploads/2021/09/PUNJHAB-CM-3.jpg)
କ୍ୟାପଟେନ ଅମରିନ୍ଦର ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାଜନୀତିରେ ସବୁବେଳେ ବିକଳ୍ପ ରହିଥାଏ। ମୋର ରାଜନୀତିରେ ୫୨ ବର୍ଷର ଅଭିଜ୍ଞତା ରହିଛି। ମୁଁ ଦୀର୍ଘ ସାଢ଼େ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲି। କିନ୍ତୁ ଦୁଇ ମାସ ମଧ୍ୟରେ ତିନିଥର ମିଟିଂ କରି ଦଳ ମୋ ଉପରେ ଚାପ ପକାଇ ମୋତେ ଅପମାନିତ ଅନୁଭବ କରାଉଥିଲା। ବୋଧେ ଦଳର ହାଇ କମାଣ୍ଡ ମୋ ନେତୃତ୍ୱ ଉପରେ ସନ୍ଦେହ କରୁଥିଲେ। ସେଥିପାଇଁ ମୁଁ ଇସ୍ତଫା ଦେଇଛି। ବର୍ତ୍ତମାନ ସେ ଯାହାକୁ ଚାହାଁନ୍ତି ସେ ମୁଖ୍ୟମନ୍ତ୍ରୀ ଭାବରେ କରିପାରିବେ ରାଜ୍ୟର ଭାର ନେଇପାରିବ। ତେବେ ମୁଁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରହଣ କରିବିନାହିଁ। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି ଏବଂ ମୋର ସହକର୍ମୀ ଏବଂ ସମର୍ଥକଙ୍କ ସହ କଥାବାର୍ତ୍ତା କରିବି ଏବଂ ମୋର ଭବିଷ୍ୟତ ରାଜନୀତି କ୍ୟାରିୟର ବିଷୟରେ ଅଧିକ ନିଷ୍ପତ୍ତି ନେବି।
କିଏ ହୋଇପାରନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ?
![](https://sanskarnetwork.in/odia/wp-content/uploads/2021/09/PHUNJHAB-CM2.jpg)
ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ଅପରାହ୍ନ ୫ ଟାରୁ କଂଗ୍ରେସ ବିଧାନସଭାରେ ପାର୍ଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ସୁନୀଲ ଜାଖରଙ୍କ ନାମ ପୂର୍ବାନୁମାନ କରାଯାଉଛି। ଅନ୍ୟପଟେ ଆଜି ସୁନୀଲ ଜାଖର ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ, “ପଞ୍ଜାବ କଂଗ୍ରେସ ବିବାଦର ସମାଧାନ ପାଇଁ ରାହୁଲ ଗାନ୍ଧୀ ଯେଉଁ ସାହସିକ ନିଷ୍ପତ୍ତି ନେଇଛନ୍ତି, ସେଥିପାଇଁ କଂଗ୍ରେସ କର୍ମୀମାନେ ଉତ୍ସାହିତ ଅଛନ୍ତି।” ତେବେ ଏହି ବୈଠକ ପାଇଁ ପଞ୍ଜାବ କଂଗ୍ରେସ ଭବନରେ କାର୍ଯ୍ୟକଳାପ ତୀବ୍ର ହୋଇଛି। ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ ଏବଂ ଉଭୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ୍ ଏବଂ ହରିଶ ରାୟ ଚୌଧୁରୀ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି।
ଏହି ଘଟଣାକୁ ନେଇ ବିଜେପିର ହାସ୍ୟାସ୍ପଦ :
![](https://sanskarnetwork.in/odia/wp-content/uploads/2021/09/CM...jpg)
ଏଥି ସହିତ ପଞ୍ଜାବରେ ଚାଲିଥିବା ରାଜନୈତିକ ଝଡ଼ ଉପରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଉପରେ ବାକ୍ ଆକ୍ରମଣ କରୁଛି। ଏହି କ୍ରମରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ, ‘କ୍ୟାପ୍ଟେନ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେହିଦିନ ଏହାର ସ୍କ୍ରିପ୍ଟ ଲେଖାଯାଇଥିଲା ଯେଉଁଦିନ କି ନବଜୋତ ସିଂ ସିଦ୍ଧୁ କଂଗ୍ରେସରେ ପ୍ରବେଶ କରିଥିଲେ । କାରଣ ସେ ହେଉଛନ୍ତି ଜଣେ ଅପାଠୁଆ ରାଜନେତା। ସେ ଯେଉଁଠିକି ବି ଯିବେ ସେଠି ବିଭାଜନ ସୁନିଶ୍ଚିତ।”
ତେବେ ଭବିଷ୍ୟତରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।