ସଂସ୍କାର :- ୨୦୨୦ ମସିହା ପରଠାରୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଦର ବୃଦ୍ଧି ପାଇବାରେ ଲାଗିଛି। ଖାଇବା ତେଲ ଓ ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ସମସ୍ତ ଜିନିଷ ଗୁଡିକର ଦର ଆକାଶ ଛୁଆଁ ହେବାରେ ଲାଗିଛି।
ଏହି କ୍ରମରେ ବର୍ତ୍ତମାନ ଇଲୋକ୍ଟ୍ରନିକ୍ ଜିନିଷ ଗୁଡ଼ିକର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଗତ ଛଅ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏସି-ଫ୍ରିଜ୍ ମୂଲ୍ୟ ବୃଦ୍ଧି ପାଇଛି। ଏସି, ଫ୍ରିଜ୍, ଟିଭି ପରି ଘରୋଇ ଉପକରଣ କିଣିବା ଉପରେ ୪ ରୁ ୫ ପ୍ରତିଶତ ଅଧିକ ଖର୍ଚ୍ଚ ହେବ।
ଏସି, ଫ୍ରିଜ୍, ମାଇକ୍ରୋୱେଭ୍ ଏବଂ ଡିସ୍ ୱାଶର୍ ପରି ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡିକର ମୂଲ୍ୟ ପାଖାପାଖି ୩୦୦୦ ରୁ ୫୦୦୦ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି | ଅନ୍ୟପଟେ ଇସ୍ପାତ ଏବଂ ତମ୍ବା ପରି କଞ୍ଚାମାଲର ମୂଲ୍ୟ ୨୦ ରୁ ୨୧ ପ୍ରତିଶତ ବୃଦ୍ଧି ପାଇଛି। ଏହା ଗତ ୨ ମାସ ମଧ୍ୟରେ ହୋଇଛି।