ମୁଖ୍ୟମନ୍ତ୍ରୀ ପଦ ଛାଡିବେ କି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ! ତାଙ୍କୁ ମିଳିଲାଣି ଉପରସ୍ତରରୁ ନିର୍ଦ୍ଦେଶ

ସଂସ୍କାର : ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଆଜି ଅପରାହ୍ନ ୫ ଟାରେ ବିଧାୟକଙ୍କ ଏକ ବୈଠକ ଡ଼କାଯାଇଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ମୁଖ୍ୟମନ୍ତ୍ରୀ ଚେୟାର ଉପରେ ବିପଦ ରହିଛି ବୋଲି ଜାତୀୟ ଗଣମାଧ୍ୟମରୁ ପ୍ରକାଶ ପାଇଛି।

ତେବେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ତୀବ୍ର ହୋଇଛି। ଖବର ମୁତାବକ, କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଉତ୍ସରୁ ଜଣାପଡିଛି ଯେ, ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭଲ ନୁହଁ। ତାଙ୍କ ସପକ୍ଷରେ ଏହି ବୈଠକ ହେବ ନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆଉ କେତେଦିନ ପର୍ଯ୍ୟନ୍ତ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ? ସୂଚନାନୁସାରେ, ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିଷୟରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ଏହି ସଭାରେ ଅଜୟ ମାକେନ୍ ଏବଂ ହରିଶ ଚୌଧୁରୀ ମଧ୍ୟ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *