ନୂଆ ରେକର୍ଡ ସୃଷ୍ଟି କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ , ମାଲାମାଲ୍‌ ହେଲେ ମୁକେଶ ଆମ୍ବାନୀ , ଜାଣନ୍ତୁ ରିଲାଏନ୍ସର ସେୟାର ମୂଲ୍ୟ ବର୍ତ୍ତମାନ କେତେ…

ସଂସ୍କାର : ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ଦୃତ ବେଗରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଶୁଦ୍ଧା ବଜାର ବନ୍ଦ ହେବା ସମୟରେ କମ୍ପାନୀର ସେୟାର ପ୍ରାୟ ୪ ରୁ ୫ ପ୍ରତିଶତ ବୃଦ୍ଧି ହୋଇଥିଲା। ତେବେ କମ୍ପାନୀର ସେୟାର ମୂଲ୍ୟ ବଢିବା ସଙ୍ଗେ ସଙ୍ଗେ ବଢ଼ି ଚାଲିଛି ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତି । ଶୁକ୍ରବାର ଅର୍ଥାତ୍ ୩ ସେପ୍ଟେମ୍ବର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ୧୫ ଲକ୍ଷ କୋଟିରେ ପହଞ୍ଚିଛି। ଏମ୍‌କ୍ୟାପ୍‌ରେ ଏହି ସ୍ତର ହାସଲ କରିଥିବା ରିଲାଏନ୍ସ ଦେଶର ପ୍ରଥମ କମ୍ପାନୀ ହୋଇଛି। ଏହା ପଛକୁ ରହିଛି ଆଦାନୀ ଗ୍ରୁପ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବା ସହିତ କମ୍ପାନୀର ଏମ୍‌କ୍ୟାପ୍‌ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜରେ ଶୁକ୍ରବାର ଦିନର କାରବାର ସମାପ୍ତ ହେବା ବେଳକୁ ୧୫,୧୪,୦୧୭.୫୦କୋଟିରେ ପହଞ୍ଚିଥିଲା । ଅନ୍ୟପଟେ କମ୍ପାନୀର ସେୟାର ୪.୧୨ ପ୍ରତିଶତ ବୃଦ୍ଧି ହୋଇ ୨,୩୮୮.୨୫ ଟଙ୍କା ପ୍ରତି ସେୟାରରେ ପହଞ୍ଚିଥିଲା।

କାରବାର ସମୟରେ ରିଲାଏନ୍ସର ସେୟାର ୪.୩୮ ପ୍ରତିଶତ ବଢ଼ି ୨,୩୯୪.୩୦ ପ୍ରତି ଇକ୍ୱିଟିରେ ପହଞ୍ଚିଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ମୂଲ୍ୟ ଚଳିତ ବର୍ଷ ଜୁନ୍‌ ମାସରେ ୧୪ ଲକ୍ଷ କୋଟି ଟଙ୍କା ପାର ହୋଇଥିଲା । ରିଲାଏନ୍ସ ସେୟାରରେ ବୃଦ୍ଧି ବଜାର ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥିଲା । ପ୍ରଥମ କରି ଶୁକ୍ରବାର ସେନ୍‌ସେକ୍ସରେ ୫୮ ହଜାର ଉପରେ ବନ୍ଦ ହୋଇଥିଲା।       

Leave a Reply

Your email address will not be published. Required fields are marked *