କରୋନା ଭାଇରସର ଆତଙ୍କ ଭିତରେ ବି ଦିଲ୍ଲୀର ଶାହିନ୍ ବାଗରେ ଚାଲିଛି ବିକ୍ଷୋବ ପ୍ରଦର୍ଶନ, ଦିଲ୍ଲୀ ସରକାର କରୁଛି କ’ଣ ?

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ କାୟା ମେଲାଇବାରେ ବ୍ୟସ୍ତ ଥିଲାବେଳେ ଆଜି, NCR ନୋଏଡାଠାରୁ ଦୁଇଟି ନୂତନ COVID-୧୯ ପଜିଟିଭ ମାମଲା ରିପୋର୍ଟ କରାଯାଇଥିଲା । କିନ୍ତୁ ଯେଉଁଠାରେ ଦିଲ୍ଲୀ ସରକାର ଏହି ରୋଗର ବିସ୍ତାରକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପମାନ ନେଉଛନ୍ତି ଏବଂ ୫୦ରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛଛି, ସେହି ସମୟରେ ଶାହିନ୍ ବାଗରେ ଧର୍ମଘଟ ଜାରି ରହିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଶାହିନ୍ ବାଗର ବିକ୍ଷୋବକାରୀଙ୍କ ଉପରେ ବି ସମାନ ନିୟମ ଲାଗୁ ହେଉଛି । କିନ୍ତୁ ଲୋକମାନେ କିଛି ଶୁଣିବାକୁ ପ୍ରସ୍ତୁତ ହିଁ ନାହାନ୍ତି । ଶେଷରେ ଦିଲ୍ଲୀ ପୋଲିସ ସେମାନଙ୍କୁ ବିରୋଧ ପ୍ରଦର୍ଶନ ବନ୍ଦ କରିବାକୁ ନିବେଦନ କରିଛି । କାରଣ କରୋନା ଜୀବାଣୁ ଭୟ ଏବେ ବି ଅବ୍ୟାହତ ରହିଛି । ଧର୍ମଘଟ ସ୍ଥାନରେ ଏକାସାଙ୍ଗରେ ଏମିତି ଭିଡ଼ ଜମାଇବା କରୋନାଭାଇରସ ସଂକ୍ରମଣକୁ ତ୍ୱରାନ୍ୱିତ କରିପାରେ ଯାହାଦ୍ୱାରା ସ୍ଥାନୀୟ ଲୋକେ ପ୍ରଭାବିତ ବି ହୋଇପାରନ୍ତି ।

ବିକ୍ଷୋଭକାରୀମାନେ ଧର୍ମଘଟରୁ ପ୍ରତ୍ୟାହାର କରିବେ ନାହିଁ ବୋଲି କିନ୍ତୁ ସିଧା ସିଧା ଉତ୍ତରରେ କହିଛନ୍ତି । କେଜ୍ରିୱାଲ ଲୋକଙ୍କ ସମାବେଶକୁ କେମିତି ରୋକି ପାରିବେ ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ସରକାରଙ୍କ ଆଦେଶ ସେମାନେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ସେଠାରେ ଠୁଳ ହୋଇଥିବା ବିକ୍ଷୋବକାରୀମାନେ । ଏମିତିକି ସେମାନଙ୍କ କହିବାନୁଯାୟୀ ସବୁଠାରୁ ବଡ଼ ଭାଇରସ ହେଉଛି ଏହି NRC ।

ବିକ୍ଷୋଭକାରୀମାନେ ଓଲଟି AAP କୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କାହିଁକି ପୂର୍ବରୁ ଶାହିନ୍ ବାଗକୁ ଆସିନାହାନ୍ତି ଓ ବର୍ତ୍ତମାନ ସେ ୫୦ରୁ ଅଧିକ ଲୋକଙ୍କ ସମାବେଶକୁ ଅବରୋଧ କରୁଛନ୍ତି ବୋଲି ପ୍ରଶ୍ନ ରଖିଛନ୍ତି ।

Leave a Reply

Your email address will not be published. Required fields are marked *