ସଂସ୍କାର: ପଞ୍ଜାବରେ ଛିଡୁନି ରାଜନୈତିକ କନ୍ଦଳର ମାହୋଲ। ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାଶକ କଂଗ୍ରେସ ଦଳ ମଧ୍ୟରେ ଦେଖାଦେଇଛି କନ୍ଦଳ। ଗୋଟିଏ ପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ, ବର୍ତ୍ତମାନ ନବଜୋତସିଂ ସିଦ୍ଧୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। କିନ୍ତୁ ସେ ପୁଣି ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛନ୍ତି। କିନ୍ତୁ ସେ କିଛିଟା ସର୍ତ୍ତ ରଖିଛନ୍ତି।ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ସପକ୍ଷରେ ଗାନ୍ଧୀ ପରିବାର ଠିଆ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହି କ୍ରମରେ ଚରଣଜିତସିଂହ ଚନ୍ନି କହିଛନ୍ତି ଯେ ସିଦ୍ଧୁ ଯଦି ଅନ୍ୟମାନଙ୍କ ଉପରେ ଅଭିଯୋଗ ଆଣିବା ବନ୍ଦ କରିବେ ତେବେ ତାଙ୍କସହ କଥା ହେବା ସମ୍ଭବ।
ସିଦ୍ଧୁ ଇସ୍ତଫା ଦେବା ବେଳେ କହିଥିଲେ କି, ସେ କୌଣସି ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ସେ ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପାଇଁ ବର୍ତ୍ତମାନ କେତୋଟି ସର୍ତ୍ତ ରଖିଛନ୍ତି । ବୁଧବାର ଦିନ ସେ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ ଉପରେ ଜୋର ଦେବା ସହ କହିଛନ୍ତି କି ଚନ୍ନୀଙ୍କ ମନ୍ତ୍ରୀମଣ୍ଡରେ ଅପରାଧୀମାନଙ୍କୁ ସାମିଲ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ସିଦ୍ଧୁଙ୍କ ସର୍ତ୍ତ ଯଦି କଂଗ୍ରେସ ମାନିବ ତେବେ ସେ ଇସ୍ତଫାପତ୍ର ପ୍ରତ୍ୟାହାର କରିବେ । ଏହି ସର୍ତ୍ତ ମଧ୍ୟରେ ରହିଛି ରାଣା ଗୁରୁଜିତ ସିଂହଙ୍କୁ କ୍ୟାବିନେଟରୁ ହଟାଇବା, ଡିଜିପି ପ୍ରିତ ସିଂ ସହୋତାଙ୍କୁ ମିଳିଥିବା ପଦ ପ୍ରତ୍ୟାହାର କରିବା ଓ ଆଡଭୋକେଟ ଜେନରାଲ ଏପିଏସ ଦେଓଲଙ୍କୁ ହଟାଇବା ଭଳି ଦାବି ରହିଛି ।
ଅନ୍ୟପଟେ ସିଦ୍ଧୁଙ୍କ ଏଭଳି ଇସ୍ତଫାକୁ ନେଇ ଅନେକେ ସିଦ୍ଧୁଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି । ଏହି କ୍ରମରେ ଆଜି ପଞ୍ଜାବ ଆସିବାକୁ ଥିବା ପ୍ରଭାରୀ ହରିଶ୍ ରାୱତଙ୍କ ଗସ୍ତକୁ ହାଇକମାଣ୍ଡ ରଦ୍ଦ କରାଯାଇଥିବା କୁହାଯାଇଛି।ଅନ୍ୟ ପଟେ ହାଇକମାଣ୍ଡ ଚନ୍ନିଙ୍କ ସପକ୍ଷରେ ଥିବା ବେଳେ ପଞ୍ଜାବ ପାଇଁ ନୂଆ ଅଧ୍ୟକ୍ଷ ଖୋଜୁଥିବା କଥା ଆଲୋଚନା ହେଉଛି ।