ବୃନ୍ଦାବନରେ ବସି ଫୁଲ ବିକୁଛନ୍ତି ମହିଳା ପୋଲିସ କନଷ୍ଟେବଳ, ଏହାରି ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସଂସ୍କାର : ପ୍ରାୟ ୯ ମାସ ଧରି ନିଖୋଜ ଥିଲେ ଜଣେ ମହିଳା ପୋଲିସ୍ କନଷ୍ଟେବଳ। ଯାହାଙ୍କର ନାମ ଅଞ୍ଜନା ସାହିଲ୍ । ସେ ରାୟପୁର ପୋଲିସ ଷ୍ଟେସନରେ ଜଣେ ମହିଳା କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ। ତେବେ ପରିବାର ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ଉପରେ ଅସନ୍ତୋଷ ହୋଇ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ତେବେ ଅଞ୍ଜନା ସାହିଲ୍ ନିଖୋଜ ହେବାର ୯ ମାସ ପରେ ବୃନ୍ଦାବନରେ ଫୁଲ ବିକ୍ରି କରୁଥିବା ନଜର ଆସିଛନ୍ତି। ଏହି ସୂଚନା ପାଇବା ପରେ ଛତିଶଗଡ ପୋଲିସର ଟିମ୍ ଅଞ୍ଜନାଙ୍କୁ ନେବାକୁ ପହଞ୍ଚିଥିଲେ କିନ୍ତୁ ମହିଳା ପୋଲିସ କନଷ୍ଟେବଳ ସେମାନଙ୍କ ସହ ଯିବାକୁ ମନା କରିଦେଇଥିଲେ। ଏହା ପରେ ରାୟପୁର ପୋଲିସକୁ ଖାଲି ହାତରେ ଘରକୁ ଫେରିବାକୁ ପଡିଥିଲା।

ସୂଚନାଯୋଗ୍ୟ ଯେ, ରାୟପୁର ସହରରେ ପୋଷ୍ଟିଂ ହୋଇଥିବା ଅଞ୍ଜନାଙ୍କୁ ପ୍ରାୟ ୯ ମାସ ପୂର୍ବରୁ ପୋଲିସ ମୁଖ୍ୟାଳୟରେ ସିଆଇଡି ବିଭାଗକୁ ପଠାଯାଇଥିଲା, ପରେ ସେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପୋଲିସ ସେତେବେଳେ ଅଞ୍ଜନାଙ୍କୁ ଖୋଜି ପାରି ନଥିଲା।

ତେବେ ପୋଲିସ ଅଞ୍ଜନାଙ୍କ ଏଟିଏମ୍ ବ୍ୟବହାରର ସ୍ଥାନ ସମ୍ପର୍କରେ ବ୍ୟାଙ୍କରୁ ସୂଚନା ପାଇଥିଲା ଏବଂ ଏହାର ସୂଚନା ପରେ ବୃନ୍ଦାବନ ଯାଇ ପହଁଚିଲା ପୋଲିସ୍ ଟିମ୍ । ଏହା ପରେ ମହିଳା କନଷ୍ଟେବଳ ଫୁଲ ବିକ୍ରି କରୁଥିବା ଦେଖି ପୋଲିସ୍ ଓ ମହିଳାଙ୍କ ଘରଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ମହିଳା ଜଣକ ପୋଲିସ୍ ଓ ପରିବାର ସହିତ ଯିବାକୁ ମନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *