ସଂସ୍କାର : ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଅକ୍ତିଆର କରିଛନ୍ତି ଆତଙ୍କବାଦୀ ସଙ୍ଗଠନ ତାଲିବାନ। ଏହି ଆତଙ୍କୀ ସଙ୍ଗଠନର ଶାସନରୁ ମୁକ୍ତି ପାଇବା ପାଇଁ ଅନେକ ବାସିନ୍ଦା ଦେଶ ଛାଡି ଅନ୍ୟ ଦେଶ ମୁହାଁ ହେଉଛନ୍ତି। କିନ୍ତୁ ଏହି କ୍ରମରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।
ଆଫଗାନିସ୍ତାନରେ ଏକ ନୂତନ ଶାସନର ସ୍ଥିରତା ଉପରେ ସନ୍ଦେହ ସୃଷ୍ଟି କରୁଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ପରେ, ତାଲିବାନର ପ୍ରମୁଖ ନେତା ଶାହାବୁଦ୍ଦିନ ଦିଲୱର କହିଛନ୍ତି ଯେ ତାଲିବାନ ଆଫଗାନିସ୍ତାନ ଦେଶର କାର୍ଯ୍ୟକୁ ସୁରୁଖୁରୁରେ ଚଳାଇ ପାରିବ ବୋଲି ଭାରତ ଶୀଘ୍ର ଦେଖିବ। ପାକିସ୍ତାନର ଦୈନିକ ଖବରକାଗଜ ଡନ୍ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ତାଲିବାନ ଦଖଲ ପରେ ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା ମନ୍ତବ୍ୟ ଦେଇ ତାଲିବାନ ନେତାଙ୍କ ଉପରେ କହିଛନ୍ତି ଯେ , ଆତଙ୍କବାଦ ଦ୍ୱାରା ସୃଷ୍ଟି ହୋଇଥିବା ସାମ୍ରାଜ୍ୟ କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରେ, କିନ୍ତୁ ସେମାନଙ୍କର ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ। କାରଣ ସେମାନେ ମାନବିକତାକୁ ସବୁଦିନ ପାଇଁ ଦମନ କରିପାରିବେ ନାହିଁ।
ତାଲିବାନକୁ ଏକ ସମାଲୋଚନାରେ ଭାରତୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିନାଶକାରୀ ଶକ୍ତି, ଆତଙ୍କବାଦ ଆଧାରରେ ସାମ୍ରାଜ୍ୟ ଗଠନ କରୁଥିବା ଚିନ୍ତାଧାରା କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରେ, କିନ୍ତୁ ଏହାର ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ, ଏହା ବେଶି ଦିନ ରହିବ ନାହିଁ। ଏମାନେ ମାନବିକତାକୁ କେବେବି ଦମନ କରିପାରିବେ ନାହିଁ।