ପଞ୍ଜାବର ଜଣେ ନାବାଳକ ମୋବାଇଲ୍ ଗେମ୍ ଖେଳି ହରାଇଲେ ଏତିକି ଲକ୍ଷ ଟଙ୍କା : ଜାଣନ୍ତୁ କିପରି

ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପଞ୍ଜାବରେ । ବହୁ ଲୋକପ୍ରିୟ ତଥା ନିଶାଖୋର ମୋବାଇଲ ଖେଳ PUBG ଖେଳି ଜଣେ ନାବାଳକ ପ୍ରାୟ ୧୬ ଲକ୍ଷ ଟଙ୍କା ହରାଇଛି । ଖେଳିବା ସମୟରେ ସେ ଇନ-ଆପ୍ କିଣିଥିଲା । ଏମିତିକି ତାକୁ ଅପଗ୍ରେଡ୍ କରିବାରେ ବି ସେ ଟଙ୍କା ଖର୍ଚ୍ଚ କରିଛି ବୋଲି ସୂଚନା ଦେଇଛି ଗଣମାଧ୍ୟମକୁ । ରିପୋର୍ଟ ଅନୁଯାୟୀ ୧୭ ବର୍ଷର ଏହି ନାବାଳକ ୩ ଟା ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ସୁପର ଆଡିକ୍ଟିଭ୍ PUBG ମୋବାଇଲ ଗେମରେ ଟଙ୍କା ଖର୍ଚ୍ଚ କରିଛି ।

ସୂଚନା ଅନୁଯାୟୀ ସେ କିଶୋର ଜଣଙ୍କ ତା ବାପାମା’ଙ୍କୁ କହିଥିଲେ ଯେ ସେ ପାଠ ପଢା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି କିନ୍ତୁ ସେ PUBG ମୋବାଇଲ ଗେମ୍ ଖେଳିବାରେ ସମୟ ବିତାଉଥିଲା । କେବଳ ସେତିକି ନୁହେଁ ଖେଳ ଖେଳିବା ସମୟରେ ନିଜ ପାଇଁ ଇନ୍-ଆପ୍ କିଣିବା ବ୍ୟତୀତ ସେ ତାଙ୍କ ସାଥୀ ଖେଳାଳିଙ୍କ ପାଇଁ ଅପଗ୍ରେଡ୍ ମଧ୍ୟ କିଣୁଥିଲା ।

ଏହି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ କିଶୋରଙ୍କ ବାପାମା’ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ ଓ ଜାଣିବାକୁ ପାଇଲେ ଯେ ସେ ପ୍ରାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଶୋର ଜଣକ PUBG ମୋବାଇଲ୍ ଖେଳିବା ପାଇଁ ତାଙ୍କ ମା’ଙ୍କ ମୋବାଇଲ ଫୋନକୁ ବହୁଳ ଭାବରେ ବ୍ୟବହାର କରୁଥିଲା । ବ୍ୟାଙ୍କ କାରବାର କରି ସାରିବା ପରେ ସେ ଡିଭାଇସରୁ ସମସ୍ତ ମେସେଜ ଡିଲିଟ ମାରି ଦିଏ । କିଶୋର ଜଣଙ୍କ ବାପା କହିଛନ୍ତି ଯେ ସେ ପୁଅର ଭବିଷ୍ୟତ ଏବଂ ଚିକିତ୍ସା ପାଇଁ ଏହି ଅର୍ଥ ସଞ୍ଚୟ କରିଥିଲେ ।

ଉକ୍ତ କିଶୋରଙ୍କ ବାପା ଜଣେ ସରକାରୀ କର୍ମଚାରୀ । କିଶୋର ଜଣକ ଧରା ନପଡ଼ିବା ପାଇଁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ବଦଳାଉଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ଉକ୍ତ କିଶୋରର ବାପାମା’ଙ୍କୁ ପୋଲିସ ସାହାଯ୍ୟ କରିନାହିଁ । ଯଦିଓ ଏ ଖେଳ ଅତ୍ୟନ୍ତ ଲୋକପ୍ରିୟ ତଥାପି PUBG ଦୀର୍ଘ ସମୟ ଧରି ଅନେକ ଫ୍ଲାକ୍ ଆଙ୍କିଛି । ଏହି ନିଶାଖୋର ଖେଳ ଭାରତ ଏବଂ ଚୀନରେ ବିବାଦୀୟ ହୋଇ ରହିଛି ।

Leave a Reply

Your email address will not be published. Required fields are marked *