ଥାଇଲ୍ୟାଣ୍ଡର ନୋଙ୍ଗଖାଇ ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଡାକ୍ତରମାନେ ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପେଟରୁ ୫୯ ଫୁଟ ଲମ୍ବର ପୋକ ବାହାର କରିଛନ୍ତି । ଏହାକୁ କାଢିବାକୁ ଡାକ୍ତରମାନଙ୍କୁ ଅନେକ ଘଣ୍ଟା ସମୟ ଲାଗିଥିଲା । ‘ଦ ସନ୍ସୂ’ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କୁ ଦୀର୍ଘ ଦିନ ଧରି ପେଟରେ ଯନ୍ତ୍ରଣା ହେବା ସହିତ ପେଟ ଫୁଲୁଥିଲା । ଯେତେବେଳେ ବ୍ୟକ୍ତି ଜଣକ ଡାକ୍ତରଖାନା ଯାଇ ତାଙ୍କର ଚେକଅପ୍ କରିଥିଲେ, ତାଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।
ପରଜୀବୀ ରୋଗ ଅନୁସନ୍ଧାନ କେନ୍ଦ୍ରର ଡାକ୍ତରମାନେ କହିଛନ୍ତି ଯେ ଏହି ପୋକ ସେହି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଂଶରେ ମିଳିଥିଲା, ଯାହାର ଲମ୍ବ ୧୮ ମିଟରରୁ ଅଧିକ । ଯାହା ପରେ ତୁରନ୍ତ ଏହାକୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଗଲା ଏବଂ ବ୍ୟକ୍ତି ଜଣକ ଏଥିପାଇଁ ପ୍ରସ୍ତୁତ ଥିଲେ । ପୋକ କାଢିବା ପାଇଁ ପ୍ରଥମେ ରୋଗୀଙ୍କୁ ଏକ ଔଷଧ ଦିଆଯାଇଥିଲା ଏବଂ ପରେ ଏହାକୁ ମଳଦ୍ଵାର ଦେଇ କଢା ଯାଇଥିଲା । ଏବେ ରୋଗୀର ଅବସ୍ଥା ଭଲ ଅଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୌଣସି ମାଂସ ଖାଇବା କାରଣରୁ ଏହି ପୋକ ବ୍ୟକ୍ତିର ପେଟରେ ପହଞ୍ଚି ଯାଇଛି । ଏହି ପୋକଙ୍କ ଜୀବନ ବହୁତ ଲମ୍ବା, କୀଟ ମାନବ ଶରୀରରେ ୩୦ ବର୍ଷରୁ ଅଧିକ ସମୟ ବଞ୍ଚିପାରେ । ଅବଶ୍ୟ, ବର୍ତ୍ତମାନ ସମୟରେ, ଏହି ପୋକ ମାରିବାକୁ ଔଷଧ ବଜାରକୁ ଆସି ସାରିଛି ।