୪୫ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ଫସି ରହିଥିଲା ବୋତଲ, ଦୁଇମାସ ଧରି ନ ବାହାରିବାରୁ ଡାକ୍ତର ନେଲେ ଏଭଳି ପଦକ୍ଷେପ…

ସଂସ୍କାର : ନେପାଳରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ପ୍ରାଇଭେଟ୍ ପାର୍ଟରେ ପ୍ରାୟ ଦୁଇମାସ ଧରି ପ୍ଲାଷ୍ଟିକ୍ ବୋତଲରେ ପସାଇ ରଖିଥିଲେ। ଦୁଇମାସ ଧରି, ସେହି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଅଂଶ ପ୍ଲାଷ୍ଟିକ ବୋତଲରେ ଫସିଯିବା ପରେ ତାହା ପଚି ଯାଇଥିଲା। କାରଣ ସେହି ବ୍ୟକ୍ତିର ପ୍ରାଇଭେଟ୍ ପାର୍ଟରେ ରକ୍ତର ସଠିକ୍ ପ୍ରବାହ ଘଟୁ ନଥିଲା।

ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଂଶକୁ ପ୍ଲାଷ୍ଟିକ ବୋତଲରୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ହୋଇ ନଥିଲା। ସେହି ବ୍ୟକ୍ତିଙ୍କର ପ୍ରାଇଭେଟ୍ ପାର୍ଟ ନଷ୍ଟ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଟିର ବ୍ୟକ୍ତିଗତ ଅଂଶକୁ କାଟି ଅସ୍ତ୍ରୋପଚାର କରିଥିଲେ।

ସୂଚନାଯୋଗ୍ୟ ଯେ, ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ମାନସିକ ରୋଗୀ ଅଟନ୍ତି। ସେ ଡାକ୍ତରଙ୍କୁ କହିଛନ୍ତି ଯେ ସେ ସାଧାରଣତଃ ନିଜର ବ୍ୟକ୍ତିଗତ ଅଂଶକୁ ପ୍ଲାଷ୍ଟିକ ବୋତଲରେ ରଖିନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରାଇଭେଟ୍ ପାର୍ଟ ବୋତଲରେ ଅଟକି ଯାଇଛି। ଅନେକ ଦିନ ଧରି ସେ ଏହି କଥାକୁ ଲୋକଙ୍କଠାରୁ ଲୁଚାଇ ରଖିଥିଲେ, କିନ୍ତୁ ଯନ୍ତ୍ରଣା ବଢ଼ିବା ପରେ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କର ବ୍ୟକ୍ତିଗତ ଅଂଶକୁ ଅସ୍ତ୍ରୋପଚାର କରି ବାହାର କରିବାକୁ ପଡିଲା। ତେବେ ଏହି ବ୍ୟକ୍ତିଙ୍କର ବୟସ ୪୫ ବର୍ଷ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ପରେ ଡିସଚାର୍ଜ କରାଯାଇଛି ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *