ଅନଲାଇନ୍ କ୍ଲାସ୍ ବେଳେ ଫାଟିଲା ମୋବାଇଲ , ଛାତ୍ରର ଅବସ୍ଥା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସଂସ୍କାର : କରୋନା ଭାଇରସ୍ ଯୋଗୁଁ ବର୍ତ୍ତମାନ ସ୍କୁଲ କଲେଜ ପିଲମାନଙ୍କର ପାଠ ପଢା ଅନଲାଇନ ମାଧ୍ୟମରେ ହେଉଛି। ହେଲେ ଏହି ଅନଲାଇନ କ୍ଲାସ କେତେକ କ୍ଷେତ୍ରରେ ସୁବିଧା ପ୍ରଦାନ କରୁଛି। କିନ୍ତୁ ସାଧାରଣ ଅନିୟମିତତା ଯୋଗୁଁ ଏହି ଅନଲାଇନ ପାଠପଢା ବିପଦର କାରଣ ସାଜୁଛି। ବେଳେବେଳେ ଆଜିକାଲିର ସ୍ମାର୍ଟଫୋନ ଗୁଡିକ ଅନଲାଇନ ପାଠ ପଢିବା ସମୟରେ ଫାଟି ଯାଉଥିବାର ଦେଖିବାକୁ ମିଳିଛି। ଏପରି ହିଁ ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଚାଲିଥିଲା ଅନଲାଇନ୍ କ୍ଲାସ୍ । ଲଗାତାର କ୍ଲାସ ଯୋଗୁଁ ମୋବାଇଲରୁ ଚାର୍ଜ ସରିଯାଇଥିଲା। ହେଲେ ଅନ୍ୟ କ୍ଲାସ ଥିବାରୁ ମୋବାଇଲକୁ ଚାର୍ଜରେ ବସାଇ ଛାତ୍ର ଜଣକ କ୍ଲାସ୍ କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଅଚାନକ ଫାଟିଗଲା ମୋବାଇଲ। ଆଉ ମୋବାଇଲର ନିଆଁ ଛାତ୍ର ଜଣଙ୍କର ପୋଷାକରେ ଲାଗିଯିବାରୁ ତାଙ୍କ ଦେହରେ ଜଳି ଯାଇଥିଲା। ଦେହରେ ନିଆଁ ଲାଗିଯିବା କାରଣରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏଭଳି ଏକ ଦୁଃଖଦ ଘଟଣା ଭିଏତନାମରେ ଘଟିଛି । ‘ ଦ ସନ୍ ୟୁକେ’ର ରିପୋର୍ଟ ମୁତାବକ କରୋନା ଯୋଗୁଁ ସ୍କୁଲ ଗୁଡିକବନ୍ଦ ରହିଥିବାରୁ ଏବେ ଅନଲାଇନ୍ କ୍ଲାସ୍ ଚାଲିଛି । ୧୧ ବର୍ଷର ଛାତ୍ର ନିଜର ଅନଲାଇନ୍ କ୍ଲାସ କରୁଥିଲେ । ଗତ ମଙ୍ଗଳବାର ଦିନ ମୋବାଇଲରୁ ଚାର୍ଜ ସରିଯିବାରୁ ମୋବାଇଲକୁ ଚାର୍ଜରେ ବସାଇ କାନରେ ଇଅର ଫୋନ ଦେଇ କ୍ଲାସ୍ ଆଟେଣ୍ଡ କରୁଥିଲେ। ଏହି ସମୟରେ ମୋବାଇଲ ଫାଟି ତାଙ୍କ ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଭାବେ ପୋଡି ହୋଇଯାଇଥିଲେ ଛାତ୍ର ଜଣକ । ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ। ତେବେ ଏହି ଘଟଣାରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ କହୁଛି।

Leave a Reply

Your email address will not be published. Required fields are marked *