ଭିଟାମିନ୍‌ ଇଞ୍ଜେକସନ୍‌ ନେବାରୁ ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ମୃତ୍ୟୁ : ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଶେୟାର କଲେ ଭିଡ଼ିଓ

ମେକ୍ସିକୋ ସିଟିର ଜଣେ ଖୁବ୍ ଜଣାଶୁଣା କଣ୍ଠଶିଳ୍ପୀ ପିଚାରେ ଭୁଲ୍‌ ଇଞ୍ଜେକସନ୍‌ ନେବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଖବର ମୁତାବକ କଣ୍ଠଶିଳ୍ପୀ ଜେରି ଡେମାରା ୩ ଦିନ ଧରି ପିଚାରେ ଭିଟାମିନ୍‌ ଇଞ୍ଜେକସନ୍‌ ନେଇଥିଲେ । ଏହାପରେ ତାଙ୍କୁ ପ୍ରବଳ ଯନ୍ତ୍ରଣା ହୋଇଥିଲା ଓ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ । ମାତ୍ର ତାଙ୍କର ବିୟୋଗ ଘଟିଛି ।

ସୂଚନାଥାଉ ଯେ ଜେରି ଡେମାରାଙ୍କୁ ଭଏସ୍‌ ଅଫ୍‌ ମେକ୍ସିକୋ କୁହାଯାଏ । ଇଞ୍ଜେକସନ୍ ନେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ଯେଉଁ କାରଣରୁ ତାଙ୍କୁ ପ୍ରଥମେ ମେକ୍ସିକୋ ଏବଂ ପରେ କାଲିଫର୍ଣ୍ଣିଆର ବ୍ରାଓେଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଯିବା ପୂର୍ବରୁ କିନ୍ତୁ ସେ ତାଙ୍କ ବାସ ଭବନରେ ପ୍ରବଳ ବାନ୍ତି କରିଥିଲେ ଓ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ହୋଇଥିବା ପୂଜ ପରି ଜିନିଷକୁ କଢା ଯାଇଥିଲା । ଅସ୍ତ୍ରୋପଚାର ପରେ ଜେରି ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ ଓ ସେ ଠିକ୍‌ ହେବା ପାଇଁ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ ।

ଘଟଣାଟି ଏହିପରି । ଜେରି ନିଜେ ନିଜେ ଇଞ୍ଜେକସନ୍‌ ନେଇ ଯାଇଥିଲେ । ଲଗାତାର ୩ ଦିନ ଧରି ଇଞ୍ଜକସନ୍‌ ନେବା ପରେ ଯନ୍ତ୍ରଣା ଓ ଅସ୍ତ୍ରୋପଚାରର ସାମ୍ନା କରିବାକୁ ପଡ଼ିଥିଲା ତାଙ୍କୁ । ତେବେ ଭିଡ଼ିଓରେ ସେ କି ପ୍ରକାର ଭିଟାମିନ୍‌ ଇଞ୍ଜେକସନ୍‌ ନେଉଥିଲେ ତାହା କହି ନାହାନ୍ତି । ପରେ ତାଙ୍କ ପତ୍ନୀ ଜେରି ଡେମାରାଙ୍କର ମୃତ୍ୟୁ ନେଇ ଫେସ୍‌ବୁକ୍‌ରେ ସୂଚନା ଦେଲେ । ଏହାପରେ ମେକ୍ସିକୋର ସଙ୍ଗୀତ ଜଗତରେ ଶୋକର ଛାଇ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *