ଘର ଭିତରେ ଆଉଥରେ ଜୀବନ ପଡ଼ିପାରେ ତାଲା : ପୁଣିଥରେ ଲକ୍‌ଡାଉନ୍ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ !

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ, ଦେଶ ତଥା ସମଗ୍ର ବିଶ୍ୱରେ । ଭାରତରେ ବି ସ୍ଥିତି ସଙ୍ଗୀନ ହେଇପଡ଼ିଛି । ଏ ସମୟରେ କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ଜୁଲାଇ ୧୪ ତାରିଖରୁ ୭ ଦିନ ଯାଏଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ତ ଶନିବାର, ରବିବାର ଦୁଇଦିନ କଡ଼ା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇସାରିଛି ।

ଏମାନଙ୍କ ସହିତ ସାମିଲ ହେଇଛି କର୍ଣ୍ଣାଟକ ଓ ତାମିଲନାଡୁ ରାଜ୍ୟ । ରବିବାର ଦିନ ଲକ୍‌ଡାଉନ୍ ଲାଗୁ କରିଥିବାବେଳେ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ବିହାର ଭଳି ରାଜ୍ୟ ଭିନ୍ନ ଭିନ୍ନ ଅବଧିରେ ଲକ୍‌ଡାଉନ୍ ଜାରି କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଦୁରାଇ ଏବଂ ଆଖପାଖ ଅଞ୍ଚଳରେ ଜୁଲାଇ ୧୪ ତାରିଖରେ କଟକଣା ବଢ଼ାଇ ଦେଇଥିବାବେଳେ ମହାରାଷ୍ଟ୍ର ସରକାର ପୂର୍ବରୁ ହିଁ ପୁଣେ, ପିମ୍ପରି-ଚିଞ୍ଚୱାର୍ଡାରେ ଜୁଲାଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ଯାଏଁ ବ୍ୟାପକ ଲକ୍‌ଡାଉନ୍ ଘୋଷଣା କରିଦେଇଛନ୍ତି ।

କାଶ୍ମୀରରେ ମଧ୍ୟ ରବିବାର ଦିନ ଲକ୍‌ଡାଉନ୍ ଘୋଷଣା କରାଯିବା ସହିତ ଐତିହାସିକ ଲାଲ୍ ଚୌକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଶ୍ରୀନଗରର ୬୭ ଟି ଅଞ୍ଚଳ ବନ୍ଦ । କରୋନା ମାମଲା ଲଗାତାର ବୃଦ୍ଧି ପାଉଥିବାରୁ ଏହିସବୁ ଅଞ୍ଚଳକୁ ଗତ ସପ୍ତାହେ ହେଲା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *