ବାଘକୁ ରାଜା ବୋଲି କୁହାଯାଏ । ସେ ସବୁ ଜୀବଜନ୍ତୁ ବେଖାତିର କରି ଆତଯାତ କରେ । କିନ୍ତୁ ଅଜଗର ସାପ ପାଖରେ ସେ ଦୁର୍ବଳ ହେଇପଡ଼େ । ବେଳେ ନ ଲଢି ବାଟ ଭାଙ୍ଗି ପଳାଏ । ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ । ୪୪ ସେକେଣ୍ଡର ଏକ ଭିଡ଼ିଓ ଏବେ ଘୁରି ବୁଲୁଛି ଟ୍ଵିଟରରେ ।
ଭାରତୀୟ ଫରେଷ୍ଟ ସର୍ଭିସ (IFS)ର ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି ଏକ ଭିଡ଼ିଓ ଯେଉଁଥିରେ ବାଘଟିଏ ଜାଣିଶୁଣି ବିପଦ ଠାରୁ ଦୂରେଇ ଯାଉଛି ଏବଂ ଅଜଗର ସାପକୁ ଯିବାକୁ ଅନୁମତି ଦେଉଛି । ବାଘ ଅଜଗରକୁ ଯିବା ପାଇଁ ବାଟ ଛାଡ଼ିଛି କ୍ୟାପସନ ଲେଖି ସେ ଭିଡ଼ିଓଟିକୁ ଟ୍ଵିଟ କରିଛନ୍ତି ।
ଘଟଣାଟି ଏହିପରି । ବାଘଟେ ଯାଉଥିବା ବାଟରେ ଗୋଟିଏ ଅଜଗର ସାପ ସେ ରାସ୍ତା ଅତିକ୍ରମ କରୁଥିଲା । ବାଘ କିନ୍ତୁ ସତର୍କ ହେଲା ଓ ତା ସାଙ୍ଗରେ ନଲାଗି ବରଂ ତା ଚାରି ପାଖରେ ଘୁରି ବୁଲିଲା । ନିଜ ରଜାପଣ ନଦେଖାଇ ବରଂ ଶେଷରେ ସେ ଅଜଗରକୁ ବାଟ ଛାଡ଼ି ଦେଲା ।