ପଶ୍ଚିମବଙ୍ଗରେ ହିଂସାକାଣ୍ଡ : କେନ୍ଦ୍ରୀୟ ମନ୍ତ୍ରୀ ଙ୍କ ଗାଡି ଉପରେ TMC ଗୁଣ୍ଡା ଙ୍କ ଆକ୍ରମଣ, ମନ୍ତ୍ରୀ ଭିଡିଓ ଜାରି କରି ଜାଣନ୍ତୁ କଣ କହିଲେ

TMC goons attacked my convoy in West Midnapore said Union Minister V Muraleedharan

କୋଲକାତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏକ ଚାରିଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଛି। ଏସବୁ ମଧ୍ୟରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡି କୁ ତୃଣମୁଳ କଂଗ୍ରେସ ସମୂହ ସାଙ୍ଗବୋଧ ହୋଇ ଆକ୍ରମଣ କରିଥିଲେ।

ଭି ମୁରଲୀଧରନ୍ ପଶ୍ଚିମବଙ୍ଗର ମିଦନାପୁର ଜିଲ୍ଲାକୁ ଯାଇଥିଲେ। କୁହାଯାଉଛି ଯେ ଏଠାରେ ଥିବା କେଜିଟି ଗ୍ରାମୀଣ ବିଧାନସଭାର ପଞ୍ଚଖୁଡି ଅଞ୍ଚଳରେ ତାଙ୍କ ଗାଡି ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ତାଙ୍କ କାରର କାଚ ଭାଙ୍ଗି ଯାଇଥିଲା। କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏହି ଆକ୍ରମଣର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓ ସେୟାର କରିବା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ପଶ୍ଚିମ ମିଦନାପୁର ଯାତ୍ରା ସମୟରେ ମୋ କାର ଟିଏମସି ର ସମୂହ କାର୍ଯ୍ୟକର୍ତା ଦ୍ୱାରା ଆକ୍ରମଣ ହୋଇଥିଲା, ଗ୍ଲାସ ଭାଙ୍ଗି ଯାଇଥିଲା, ମୋର ବ୍ୟକ୍ତିଗତ କର୍ମଚାରୀ ଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ, ମୋତେ ମୋର ଯାତ୍ରା ଛାଡ଼ି ଅଧାରୁ ଫେରି ଆସିବାକୁ ପଡ଼ିଲା।

ମନ୍ତ୍ରୀ ସେୟାର କରିଥିବା ଭିଡିଓରେ କିଛି ଲୋକ ସେମାନଙ୍କ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାରର ଡ୍ରାଇଭର ତାଙ୍କ କାଫିଲା ଉପରକୁ ଆକ୍ରମଣ କରିବା ମାତ୍ରେ କାରକୁ ଫେରାଇ ଆଣିଥିଲେ। ଭିଡିଓରେ ଦେଖାଯାଇଛି ଯେ ଯେଉଁମାନେ ଏଭଳି ଆକ୍ରମଣ କରୁଛନ୍ତି ସେମାନେ ଟିଏମସିର ପତାକା ଓ ବ୍ୟାନର ଉଡାଉ ଛନ୍ତି। ଆକ୍ରମଣ ସମୟରେ କାରର ଗ୍ଲାସ ଭାଙ୍ଗି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ଆପଣ ଜାଣିଥିବେ ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାରେ ପ୍ରାଣ ହରାଇଥିବା ସମସ୍ତ ପୀଡ଼ିତଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମମତା କହିଛନ୍ତି, “ହିଂସାରେ ପ୍ରାଣ ହରାଇଥିବା ଲୋକ ଯେଉଁ ଦଳର ହୋଇଥିଲେ ବି ସେମାନଙ୍କୁ ଆମ ସରକାର ୨ ଲକ୍ଷ ଟଙ୍କା ଲେଖାଏ ଦେବେ। ମୁଁ ଦେଖି ପାରୁଛି କିଛି କେନ୍ଦ୍ରମନ୍ତ୍ରୀମାନେ ଏଠାକୁ ଆସି ଦଙ୍ଗାକୁ ଉସକାଇବାକୁ ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *