କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ଏକ ନୂଆ ନିୟମ,ଏଣିକି ଗାଡ଼ିରେ ରଖିବାକୁ ପଡ଼ିବନି କାଗଜପତ୍ର !

No need to carry Vehicle documents from October 1

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ଆକ୍ଟ ତିଆରି କରି ଏକ ନୋଟିଫିକେସନ ଜାରି କରିଛନ୍ତି। ଏହା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ବୋଲି ଜଣା ପଡିଛି। ଏହି ନୂଆ ଆକ୍ଟ ଅନୁଯାଇ କେନ୍ଦ୍ର ସରାକର କହିଛନ୍ତି ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସମେତ ଗାଡ଼ି କାଗଜ ପତ୍ର କୁ ବାହନ ପୋର୍ଟାଲ ଜରିଆରେ ସଂରକ୍ଷିତ ରଖାଯିବ। ଯାହାଫଳରେ ଗାଡ଼ି ଚଳାଇବା​‌ ବେଳେ ଗାଡିର ସବୁ କାଗଜପତ୍ର ଆଉ ପାଖରେ ରଖିବାକୁ ପଡ଼ିବ ନାହିଁ।

ଏନେଇ ଏକ ନୂତନ ସପ୍ଟଓ୍ବେୟାର ବିକଶିତ କରାଯାଉଛି। ଯାହା ଦ୍ବାରା ଟ୍ରାଫିକ ପୋଲିସ୍ ଗାଡ଼ି ନମ୍ବରକୁ ସେହି ମେଶିନ ସାହାଯ୍ୟରେ ଗାଡ଼ି କାଗଜପତ୍ର ବିଷୟରେ ତଦନ୍ତ କରିପାରିବେ। ଥିରେ ଗାଡ଼ିରେ ରେଜିଷ୍ଟେ୍ସନ ନମ୍ବର ଦେବା ଦ୍ବାରା ସମ୍ପୃକ୍ତ ଗାଡ଼ିର ସବୁ କାଗଜ ଯାଞ୍ଚ ହୋପାରିବ।

ତେବେ ଏହି ସପ୍ଟଓ୍ବେୟାରକୁ ନିର୍ଧାରିତ ତାରିଖରୁ ପରିବହନ ସଫ୍ଟଓ୍ବେୟାର ସହ ଯୋଡା ଯିବ ବୋଲି ଜଣା ପଡିଛି,ଆଇଟି ଓ ଇଲେକଟ୍ରନିକ ସେବା ବ୍ୟବହାର କରି ମୋଟର ଯାନ ନିୟମକୁ ଅଧିକ ଉନ୍ନତ କରିବା ଦିଗରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *