ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନ ୨୦୨୦ ଫଳାଫଳରେ ଜୋ ବିଡ଼େନ ମିଚିଗାନ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆଗରେ

ମତଦାନ ଶେଷ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଇଲେକ୍ଟୋରାଲ କଲେଜର ଭୋଟ୍  ଆଧାରରେ ହିଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ସେହି ଆଧାରରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନ ବର୍ତ୍ତମାନ ସୁଦ୍ଧା ୨୧୦ ଇଲେକ୍ଟୋରାଲ ଭୋଟ୍ ପାଇଥିବାବେଳେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ୧୩୭ ଇଲେକ୍ଟୋରାଲ୍ ଭୋଟ ପାଇଛନ୍ତି । ତେବେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ ୨୭୦ ଇଲେକ୍ଟୋରାଲ ଭୋଟର ଆବଶ୍ୟକତା ରହିଛି ।

ସାମଗ୍ରିକ ନିର୍ବାଚନ ଭୋଟରେ ବିଡ଼େନ ଟ୍ରମ୍ପଙ୍କ ଠାରୁ ସାମାନ୍ୟ ଆଗରେ ଅଛନ୍ତି ଏବଂ ଏହା ଶୀଘ୍ର ବଦଳି ବି ଯାଇପାରେ । ତଥାପି, ଟ୍ରମ୍ପ ବିଜୟ ଦାବି କରିସାରିଛନ୍ତି ଏବଂ ଗଣନା ପ୍ରକ୍ରିୟାରେ ବିବାଦ ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଘୁଞ୍ଚାଇବେ ବୋଲି କହିଛନ୍ତି । ଭୋଟରମାନଙ୍କୁ ଏହି ସମୟରେ ଶୀଘ୍ର ଭୋଟ ଦେବାକୁ କୁହାଯାଇଥିଲା, ବିଶେଷକରି ମେଲ-ଇନ୍ ବାଲାଟ୍ ମାଧ୍ୟମରେ । କାରଣ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଧାଡ଼ି ବାନ୍ଧି ଠିଆହେବାକୁ ଏଡ଼ାଇବା ପାଇଁ ମେଲ-ଇନ୍ ବାଲାଟ୍ ବ୍ୟବସ୍ଥା କରାଯାଇଥିଲା ।

ଯଦି ରାଜ୍ୟ ଗୁଡ଼ିକର ନିର୍ବାଚନ ଫଳାଫଳକୁ ଦେଖିବା ତେବେ ଜୋ ବିଡ଼େନ ଏଯାବତ୍ ୧୦ଟି ରାଜ୍ୟରେ ଜିତିଥିବାବେଳେ ଟ୍ରମ୍ପ କେବଳ ୮ଟି ରାଜ୍ୟରେ ବିଜୟ ହାସଲ କରିଛନ୍ତି । ସୂଚନା ଥାଉ ଯେ ଆମେରିକାରେ ୫୦ଟି ରାଜ୍ୟ ରହିଛି ।

Leave a Reply

Your email address will not be published. Required fields are marked *