ଆପଣ ଗୁପଚୁପ ଖାଇବାକୁ ଭଲ ପାଆନ୍ତି କି ? ଗୁପଚୁପ ପ୍ରେମୀମାନେ କିନ୍ତୁ ସତର୍କ ହୋଇଯାଆନ୍ତୁ, କାରଣ ଗୁପଚୁପ ସମଲା ପାଣିରେ ଯାହା ମିଶୁଛି ଯଦି ଆପଣ ଜାଣିବେ ତେବେ ଆପଣ ବି ବିସ୍ମିତ ହେବେ । ଆଜ୍ଞା ହଁ, ଶୌଚଳାୟ ଧୋଇବା ପାଇଁ ବ୍ୟବହୃତ କେମିକାଲ ମିଶି ପ୍ରସ୍ତୁତ ହେଉଛି ଚଟପଟା ଖଟାମିଠା ପାଣି, ଯାହାକୁ ଆଗରେ ପଛରେ ଗୁପଚୁପ ସହିତ ମାଗି ମାଗି ଆପଣମାନେ ଖାଆନ୍ତି ।
![](https://sanskarnetwork.in/odia/wp-content/uploads/2020/11/gupchup.jpg)
ମହାରାଷ୍ଟ୍ରର କୋଲହାପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଭଳି ଏକ ଭିଡ଼ିଓ ସହରରେ ଭାଇରାଲ ହୋଇଥିଲା ଯେଉଁଥିରେ ଗୁପଚୁପ ବିକ୍ରି କରୁଥିବା ଜଣେ ଦୋକାନୀ, ରାସ୍ତାରେ ଥିବା ଶୌଚାଳୟ ନିକଟରୁ ତା କ୍ୟାନରେ ପାଣି ଭର୍ତ୍ତି କରୁଥିଲେ। କ୍ୟାନ୍ ଭରିବା ପରେ ସେ ଠେଲା ପାଖରେ ପହଞ୍ଚି ସେଇ ପାଣିକୁ ଟାଙ୍କିରେ ପୁରାଇଲେ । ପରେ ପୁଣି ସେହି ପାଣିକୁ ଗୁପଚୁପ ତିଆରି କରିବା ପାଇଁ ବ୍ୟବହାର କଲେ ।
ଏହି ଭିଡ଼ିଓଟି ଭାଇରାଲ ହେବାପରେ ସହରର ଲୋକମାନେ ରାଗି ଯାଇଥିଲେ । ଲୋକମାନେ ସେହି ଠେଲାକୁ ଯାଇ ଭଙ୍ଗାରୁଜା କରି ରାସ୍ତାରେ ତାଙ୍କର ସମସ୍ତ ଜିନିଷ ଫିଙ୍ଗି ଛିନଛତ୍ର କରିଥିଲେ । ଏହାସହିତ ଲୋକମାନେ ଦୋକାନୀଙ୍କୁ ମାରପିଟ ମଧ୍ୟ ମାରିଥିଲେ । ବର୍ତ୍ତମାନ ଏହି ମାମଲାରେ ଦୋକାନୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅନ୍ୟପକ୍ଷରେ ଦୋକାନୀ କହିଛନ୍ତି ଯେ ଲୋକଙ୍କ ହାତ ଧୋଇବା ପାଇଁ ସେ ଶୌଚାଳୟ ପାଖରୁ ପାଣି ଆଣିଥିଲେ ଯାହାକୁ ଲୋକେ ଭୁଲ୍ ବୁଝିଲେ ।