ଭାରତରେ କରୋନାଭାଇରସ ସମ୍ବନ୍ଧିତ ଦେଇଥିବା ତଥ୍ୟକୁ ନେଇ WHO ନିଜ ଭୁଲ ମାନିଲା

ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ ସାମ୍ପ୍ରଦାୟିକ ସଂକ୍ରମଣ ସ୍ଥିତିରେ ଅଛି ବୋଲି କୁହାଯାଇଥିବା ନିଜର ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ଶେଷରେ ସଜାଡ଼ି ନେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) । WHO କହିଛି ଯେ ତାହା ଭୁଲରେ କୁହାଯାଇଥିଲା ଯାହାକୁ ସେ ଏବେ ସଂଶୋଧନ କରିନେଇଛି ।  

ଭାରତ ସରକାର ଏହା ସୁନିଶ୍ଚିନ୍ତ କରିଛନ୍ତି ଯେ ଦେଶରେ କରୋନାଭାରଇସର ସାମ୍ପ୍ରଦାୟିକ ପ୍ରସାର ଏଯାଏଁ ହେଇନି । ଶୁକ୍ରବାର ଦିନ WHO ନିଜର ଭୁଲକୁ ସୁଧାରି ନେଇ କହିଛି ଯେ ଭାରତ ‘ମାମଲା ସମୂହ’ ଅନ୍ତର୍ଭୁକ୍ତ, ‘ସାମ୍ପ୍ରଦାୟିକ ସଂପ୍ରସାରଣ’ ଶ୍ରେଣୀଭୁକ୍ତ ନୁହେଁ ।  

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏହା ମଧ୍ୟ କହିଛି ଯେ ଭାରତରେ ଏପର୍ଯ୍ୟନ୍ତ କୌଣସି ସମୂହ ପ୍ରସାର ମଧ୍ୟ ହୋଇନାହିଁ ଏବଂ କରୋନାଭାଇରସ ସଂକ୍ରମଣ ହାର କମ୍ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗୁରୁବାର ଦିନ ୧୬୦୦୨ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ କେବଳ ୩୨୦ ଜଣ ଲୋକ କରୋନା ପଜିଟିଭ ବୋଲି ଜଣାପଡିଛି । ଅର୍ଥାତ୍ ମାତ୍ର ୨ ପ୍ରତିଶତ ମାମଲା । ଯଦିଓ ଏହା ବୃଦ୍ଧି ପାଉଛି ତଥାପି ନିଆଯାଇଥିବା ନମୁନାକୁ ଆଧାର କରି ଆମେ କହିପାରିବା ଯେ ସଂକ୍ରମଣ ହାର ଅଧିକ ନୁହେଁ ।

WHO କରୋନାଭାଇରସ ବିସ୍ତାର ହେବାର ଚାରୋଟି ପର୍ଯ୍ୟାୟ କହିଛନ୍ତି –

  • କୌଣସି ନିଶ୍ଚିତ ମାମଲା ନୁହେଁ
  • ବେଳେବେଳେ ମାମଲା
  • ଗୋଷ୍ଠୀ ମାମଲା
  • ସମ୍ପ୍ରଦାୟ ବିସ୍ତାର

ସମ୍ପ୍ରଦାୟର ପ୍ରସାରଣ ଅର୍ଥ ହେଉଛି ଜନସଂଖ୍ୟା ପ୍ରସାରଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଦିନ କହିଛି ଯେ ଭାରତରେ କରୋନଭାଇରସ ରୋଗୀଙ୍କ ସଂଖ୍ୟା ୭,୪୪୭ରେ ପହଞ୍ଚିଛି । ସେଥିମଧ୍ୟରୁ ୬,୫୬୫ ସକ୍ରିୟ ମାମଲା, ୨୩୯ ମୃତ୍ୟୁ ଏବଂ ଜଣେ ରୋଗୀ ଖସି ପଳାଇଥିବାବେଳେ ୬୪୨ ଜଣ ଲୋକ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *