ଏହି କାରଣ ପାଇଁ ସବୁ ରାଜ୍ୟରେ ଦୁଇ ଦିନ ଧରି ରାପିଡ୍ ଟେଷ୍ଟ୍ ବନ୍ଦ

ନୂଆଦିଲ୍ଲୀ : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତରଫରୁ ସବୁ ରାଜ୍ୟକୁ ଦୁଇ ଦିନ ପାଇଁ ରାପିଡ୍ ଆଣ୍ଟିବଡି ପରୀକ୍ଷା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତ୍ରୁଟିପୂର୍ଣ୍ଣ ରାପିଡ୍ ଟେଷ୍ଟ କିଟର ତଦନ୍ତ କରାଯିବ ବୋଲି ମଧ୍ୟ କୁହାଯାଇଛି । ସରକାରଙ୍କ ଦ୍ୱାରା ପ୍ରାୟ ୫ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ କିଣା ଯାଇଥିଲା । ହଟ-ସ୍ପଟ୍ ଅଞ୍ଚଳ ବା ବହୁସଂଖ୍ୟକ ଆକ୍ରାନ୍ତ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକଙ୍କର ପରୀକ୍ଷା କରିବାକୁ ICMR ର ପରାମର୍ଶ କ୍ରମେ ଏହି କିଟ୍ କିଣା ଯାଇଥିଲା । RT-PCR ପରୀକ୍ଷା ବିଳମ୍ବ ହେବାରୁ ଏହି କିଟ କିଣା ଯାଇଥିଲା ।

ବର୍ତ୍ତମାନ ରାଜସ୍ଥାନ ସମେତ ଅନେକ ରାଜ୍ୟ ଏହି କିଟ୍ ବ୍ୟବହାର କରି ଏଥିରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି । ରାଜସ୍ଥାନ ଆଜି ନୂତନ କିଟ୍ ମାଧ୍ୟମରେ ପରୀକ୍ଷା ବନ୍ଦ କରି କହିଛି ଯେ ଏହି କିଟ୍ ଗୁଡ଼ିକର ସଠିକ୍ ଫଳାଫଳ ହାର ମାତ୍ର ୫.୪ ପ୍ରତିଶତ ।

ICMRର ରମଣ ଆର ଗଙ୍ଗାଖେଡକର ଆଜି ଦୈନିକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତେ ଜାଣନ୍ତି ସବୁ ରାଜ୍ୟକୁ ରାପିଡ୍ ଟେଷ୍ଟ କିଟ୍ ବଣ୍ଟା ଯାଇଥିଲା । ଏକ ରାଜ୍ୟରୁ ଅଭିଯୋଗ ଆସିଛି ଟେଷ୍ଟ କିଟ୍ ଗୁଡିକରେ ତ୍ରୁଟି ରହିଛି । ଆଉ ୩ ତା ରାଜ୍ୟରୁ ବି ସମାନ ପ୍ରତିକ୍ରିୟା ମିଳିଛି ଯେ ଅନୁସନ୍ଧାନଗୁଡିକ କିଛି ପରିମାଣରେ ସତ ଯାହା ଆଦୌ ଭଲ ସଙ୍କେତ ନୁହେଁ । ଏହା ଉପରେ ଯାଞ୍ଚପରକ ଆରମ୍ଭ ହେଇସାରିଛି ।  

ଆଗାମୀ ଦୁଇ ଦିନରେ ଦ୍ରୁତ ପରୀକ୍ଷା କିଟ୍ ବ୍ୟବହାର କରାଯାଉଥିବା ସମସ୍ତ ରାଜ୍ୟକୁ ପ୍ରତିନିଧି ପଠାଯିବ ଓ ନମୁନା ଆଣି ପରୀକ୍ଷା କରାଯିବ ବୋଲି ICMR ପକ୍ଷରୁ କୁହାଯାଇଛି । ଆର ଗଙ୍ଗାଖେଡକର କହିଛନ୍ତି ଯେ ସେଯାଏଁ ଏହି କିଟ୍ ସବୁକୁ ବ୍ୟବହାର କରା ନଯାଉ । ଦୁଇ ଦିନ ଭିତରେ ଏହା ଉପରେ ବିସ୍ତୃତ ରିପୋର୍ଟ ଦିଆ ଯାଇପାରିବ । ଯଦି ରାପିଡ୍ ଟେଷ୍ଟ କିଟ୍ ବ୍ୟାଚ୍ ତ୍ରୁଟିପୂର୍ଣ୍ଣ ଦେଖାଯାଏ, ତେବେ ଆମେ କମ୍ପାନୀକୁ ବଦଳାଇବାକୁ କୁହାଯିବ ।

Leave a Reply

Your email address will not be published. Required fields are marked *