ଆଶ୍ଚର୍ଯ୍ୟ ! ହଠାତ୍ ୧୨ କୋଟିର ମାଲିକ ହେଲେ ଅଟୋ ଡ୍ରାଇଭର, ସେ କଣ କରିବେ ଏତେ ଟଙ୍କା ଜାଣନ୍ତୁ…

ସଂସ୍କାର : ଆମ ହିନ୍ଦୀ ଭାଷାରେ ଏକ ଲୋକକଥା ରହିଛି ” ଜିନ୍ଦେଗୀ ହେ କଟ୍ ଯାଏଗୀ, କିସ୍ମତ ହେ, କିସୀ ଦିନ୍ ପଲଟ୍ ଯାଏଗୀ”। ଆଉ ଏହି ଲୋକକଥାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳ ରାଜ୍ୟରେ। ଏହି ରାଜ୍ୟର ଏକ ଅଟୋ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। ଆଉ କୋଟିପତି ହେବା ପରେ ସେ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

୫୬ ବର୍ଷୀୟ ଜୟପାଲାନ୍ ପିଆର୍ କେବେ ମଧ୍ୟ ଭାବି ନଥିଲେ ଯେ, ସେ ଦିନେ ୧୨ କୋଟି ଟଙ୍କାର ମାଲିକ ହେବେ। ଆଉ ତାଙ୍କର ଏତେ ଟଙ୍କାର ଲଟେରୀ ଲାଗିବ।ଲୋକମାନେ ତାଙ୍କୁ ‘ଅଟୋ ୱାଲ୍ ଭାୟା …’ ବୋଲି ଡାକୁଥିଲେ କିନ୍ତୁ ଆଜି ସମଗ୍ର କେରଳ ତାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ। ଜୟପାଲାନ୍ ତାଙ୍କ ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ କୋଚି ନିକଟ ମାରାଡୁରେ ରୁହନ୍ତି। ସେ ଏକ ଗରିବ ପରିବାରର ଲୋକ, ଯିଏ କଠିନ ପରିଶ୍ରମ କରି ନିଜ ପିଲାମାନଙ୍କୁ ଏକ ସୁବର୍ଣ୍ଣ ଭବିଷ୍ୟତ ଦେବାକୁ ଚାହାନ୍ତି। ତେବେ ବର୍ତ୍ତମାନ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି। ବର୍ତ୍ତମାନ ସେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି। ସେ କୋଟିପତି ହେବା ପରେ ତାଙ୍କର ଅନେକ ସ୍ୱପ୍ନ ଅଛି ଯାହା ସାକାର ହେବାକୁ ଯାଉଛି।

ସୂଚନା ଅନୁସାରେ, ଜୟପାଲାନ୍ ଏକ ଅଟୋ ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ପ୍ରକାଶ ଥାଉକି, ‘ଓନାମ ବମ୍ପର ଲଟେରୀ’ର ବର୍ତ୍ତମାନ ସେ ବିଜେତା ଭାବରେ ଘୋଷଣା ହୋଇଛନ୍ତି। ଆଉ ଲଟେରୀ ଫଳାଫଳ ଘୋଷିତ ହେବା ପରେ ସେ ଜଣେ ଅଟୋ ଡ୍ରାଇଭର ବୋଲି ଜଣାପଡିଛି। ସମଗ୍ର କେରଳ ବର୍ତ୍ତମାନ ତାଙ୍କର କୋଟିପତି ହେବାରେ ବହୁତ ଖୁସି।

ଏହି ବାବଦରେ ଜୟପାଲାନ୍ କହିଛନ୍ତି ଯେ, ଯେତେବେଳେ ସେ ଟିଭି ମାଧ୍ୟମରେ ବମ୍ପର ପୁରସ୍କାର ଜିତୁଥିବା ଲଟେରୀ ନମ୍ବର ବିଷୟରେ ଜାଣିଲେ, ସେତେବେଳେ ତାଙ୍କ ଖୁସିର ସୀମା ରହିନଥିଲା। ସେ ବିଶ୍ୱାସ କରି ପାରୁନଥିଲେ ଯେ, ସେ ୧୨ କୋଟି ଟଙ୍କାର ବିଜେତା ଘୋଷଣା ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ସୋମବାର ସକାଳେ ଜୟପାଲାନ କାନାରା ବ୍ୟାଙ୍କର ପଲିନାଡା ଶାଖାରେ ଟିକେଟ ଜମା କରିଥିଲେ, ପରେ ସେ ବମ୍ପର ଲଟେରୀ ଜିତିବାର ଖବର ଭାଇରାଲ ହୋଇଥିଲା। ସେ କହିଛନ୍ତି ଯେ, ସେ ପ୍ରତିବର୍ଷ ଗୋଟିଏ ବମ୍ପର ଟିକେଟ୍ କିଣୁଥିଲେ। ଜୟପାଲାନ୍ ପ୍ରତିବର୍ଷ ‘ଓନାମ ବମ୍ପର ଟିକେଟ୍’ କିଣୁଥିଲେ। ଆଉ ଚଳିତ ବର୍ଷ ତାଙ୍କର ଭାଗ୍ୟ ଓଲଟି ଯାଇଛି।

ସୂଚନାଯୋଗ୍ୟ ଯେ, ସେ ଏହି ଟିକେଟ ସେପ୍ଟେମ୍ବର ୧୦ ତାରିଖ ଦିନ ମୀନାକ୍ଷୀ ଲଟେରୀରୁ କିଣିଥିଲେ, ଯାହାର ଟିକେଟ ନମ୍ବର -TE 645465। ତେବେ ସେ ଜିତିଥିବା ୧୨ କୋଟି ଟଙ୍କାରୁ ମୋଟ୍ ୭.୫୦ କୋଟି ଟଙ୍କା ପାଇବେ। ବଳକା ଟଙ୍କା ଟିକସ ଆକାରରେ ଆଉ ଏଜେନ୍ସି ୧୦ ପ୍ରତିଶତ ରଖିବ। ତେବେ ସେ ଏହି ଟଙ୍କାରେ ଏକ ସ୍ବପ୍ନର ଘର ଆଉ ପିଲାଙ୍କୁ ଉତ୍ତମ ଶିକ୍ଷା ଦେବେ ବୋଲି କହିଛନ୍ତି। ଏଥି ସହିତ ସେ ବହୁତ ଋଣରେ ବୁଡି ରହିଥିବାରୁ ତାକୁ ମଧ୍ୟ ପରିଶୋଧ କରିବେ।

Leave a Reply

Your email address will not be published. Required fields are marked *