ମାନବ କଲ୍ୟାଣ ଦିଗରେ ପରାମର୍ଶକୁ ବାସ୍ତବର ରୂପରେଖ ଦେଇ ଟ୍ୱିଟ୍ କରି ଏଇପରି କହିଛନ୍ତି ଆନନ୍ଦ ମହୀନ୍ଦ୍ରା

ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟର ଅନୁସରଣକାରୀଙ୍କୁ ତାଙ୍କୁ ଭଲପାଇବା ଓ ପ୍ରଶଂସା କରିବା ପାଇଁ ଦେଇଛନ୍ତି ଆଉ ଏକ କାରଣ । ଆନନ୍ଦଙ୍କ ଅନୁସରଣକାରୀଙ୍କ ସଂଖ୍ୟା ହେଉଛି ୭.୬ ନିୟୁତ । ବ୍ୟବସାୟ ଟାଇକୁନ୍ କୌତୁକିଆ, ଉତ୍ସାହଜନକ ଓ ପ୍ରେରଣାଦାୟକ କିଛି ବିଷୟବସ୍ତୁ ଟ୍ଵିଟରରେ ବାଣ୍ଟିବା ପାଇଁ ବେଶ ଜଣାଶୁଣା । ସେ ତାଙ୍କର #WhatsAppWonderbox ଟ୍ୱିଟ୍ ପାଇଁ ମଧ୍ୟ ପ୍ରସିଦ୍ଧ । ପ୍ରାୟ ସେ ତାଙ୍କ ଅନୁଗାମୀମାନଙ୍କୁ ଉତ୍ତର ଫେରାନ୍ତି ଯେଉଁମାନେ ତାଙ୍କୁ ଟ୍ଵିଟ କରନ୍ତି

ଏକ ଚମତ୍କାର ପଦକ୍ଷେପ ନେଇଥିବା ସମ୍ପ୍ରତ୍ତି ତାଙ୍କର ଏକ ଟ୍ଵିଟ ତାଙ୍କୁ ପ୍ରଶଂସାରେ ପୋତି ପକାଉଚି । ଏହି ଟ୍ଵିଟରେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ ସେମାନଙ୍କ କ୍ୟାଣ୍ଟିନଗୁଡ଼ିକ ବର୍ତ୍ତମାନ ପ୍ଲେଟରୁ କଦଳୀ ପତ୍ରକୁ ବଦଳିଯାଇଛି ।

ଜଣେ ଅବସରପ୍ରାପ୍ତ ସାମ୍ବାଦିକ ପଦ୍ମ ରାମନାଥ ନୀଳରୁ ମେଲ ପଠାଇ ପରାମର୍ଶ ଦେଇଛନ୍ତି ଯେ ଯଦି ଆମ କ୍ୟାଣ୍ଟିନଗୁଡିକ କଦଳୀ ପତ୍ରକୁ ପ୍ଲେଟ ଭାବରେ ବ୍ୟବହାର କରନ୍ତି, ତେବେ ଏହା ଉତ୍ପାଦନ କରିବାରେ ଅସୁବିଧା ଭୋଗୁଥିବା କଦଳୀ ଚାଷୀଙ୍କୁ ସାହାଯ୍ୟ କରିବ । ଏ ପ୍ରସ୍ତାବକୁ ସେ ବାସ୍ତବରେ ରୂପାନ୍ତରଣ ବି କଲେ ବୋଲି ଆନନ୍ଦ ତାଙ୍କ ଟ୍ଵିଟ ମାଧ୍ୟମରେ କହିଛନ୍ତି ।

ଏକ ଘଣ୍ଟାରୁ କମ୍ ସମୟ ଭିତରେ ଏହି ଟ୍ୱିଟ୍ ଅନେକଙ୍କ ପ୍ରଶଂସା ଗୋଟେଇ ସାରିଥିଲା । ଏହି ପୋଷ୍ଟ ୧୦,୦୦୦ରୁ ଅଧିକ ଲାଇକ୍ ଏବଂ ୧,୮୦୦ରୁ ଅଧିକ ରିଟ୍ୱିଟ ହେଇଛି । ଲୋକମାନେ ଟ୍ୱିଟରରେ ଏହି ପଦକ୍ଷେପକୁ ଖୁବ ପ୍ରଶଂସା କରୁଛନ୍ତି । ମୁଁ ଏମିତି ଉପକାରକାରୀ ବ୍ୟବସାୟୀଙ୍କୁ ବେଶି ଦେଖିନି ଏବଂ ଆମ ଦେଶରେ ଆପଣଙ୍କ ପରି ଲୋକ ରହିବା ଭଲ ବୋଲି ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *