କୋଟି କୋଟି ଟଙ୍କାର ଜାତୀୟ ସମ୍ପତ୍ତି ନଷ୍ଟ ହେବା ପରେ, ରାତାରାତି ବଦଳିଲା ଅଗ୍ନିପଥର ଏହି ନିୟମ

ସଂସ୍କାର: ବ୍ୟାପିବାରେ ଲାଗିଛି ‘ଅଗ୍ନିପଥ’ ନିଆଁ । ଦେଶର ଯୁବ ଗୋଷ୍ଠୀ ବର୍ତ୍ତମାନ କେନ୍ଦ୍ରସରକାରଙ୍କର ଏହି ଯୋଜନାକୁ ଜବରଦସ୍ତ ବିରୋଧ କରିବାରେ ଲାଗିଛନ୍ତି। କୋଟି କୋଟି ଟଙ୍କାର ଜାତୀୟ ସମ୍ପତିକୁ ନଷ୍ଟ କରିବାରେ ଲାଗିଛନ୍ତି ଦେଶର ଯୁବ ଗୋଷ୍ଠୀ। ତେବେ ଆସନ୍ତୁ ଜାଣିବା ଅଗ୍ନିପଥ ଯୋଜନା କଣ ? ଆଉ କାହିଁକି ଯୁବ ଗୋଷ୍ଠୀ ବର୍ତ୍ତମାନ ଏହାକୁ ବିରୋଧ କରୁଛନ୍ତି?

ଅଗ୍ନିପଥ ଯୋଜନା କଣ ?

ଏହି ଯୋଜନାରେ ୧୭ ରୁ ୨୩ ବର୍ଷର ଯୁବ ଗୋଷ୍ଠୀ ଭାରତୀୟ ସେନାରେ ଯୋଗଦେଇ ପାରିବେ । ଏହି ସ୍କିମରେ ୪ବର୍ଷ ପରେ ପିଲାମାନେ ଶୃଙ୍ଖଳିତ ଏବଂ ଦକ୍ଷ ହୋଇବାହାରିବେ । ୪ବର୍ଷର ଚାକିରି ପରେ ସେମାନଙ୍କ ନୂଆ ପରିଚୟ ସୃଷ୍ଟି ହେବ । ସମାଜକୁ ଜଣେ ଦକ୍ଷ , ଦାୟିତ୍ୱ ସମ୍ପନ୍ନ ଏବଂ ଶୃଙ୍ଖଳିତ ଯୁବକ ଦେବ ଅଗ୍ନିପଥ ଯୋଜନା। ଏହାସହ ୪ବର୍ଷ ପରେ ସେମାନେ କିପରି କର୍ମରେ ନିଯୁକ୍ତି କରିବେ ତାହା ପ୍ରସ୍ତୁତ ମଧ୍ୟ ହୋଇଛି।

୪ବର୍ଷରେ ୨୩ଲକ୍ଷ ୪୩ ହଜାର ୧୬୦ ଟଙ୍କା ରୋଜଗାର ସହ ଦେଶର ସେବା କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଇବେ ଦେଶର ଯୁବ ଗୋଷ୍ଠୀ।

ପ୍ରଥମ ବର୍ଷ- ୨୧,୦୦୦ x ୧୨ = ୨,୫୨,୦୦୦
ଦ୍ୱିତୀୟ ବର୍ଷ- ୨୩,୧୦୦ × ୧୨ = ୨,୭୭,୨୦୦
ତୃତୀୟ ବର୍ଷ- ୨୫,୫୮୦ x ୧୨ = ୩,୦୬,୯୬୦
ଚତୁର୍ଥ ବର୍ଷ- ୨୮,୦୦୦ × ୧୨ = ୩,୩୬, ୦୦୦

୪ ବର୍ଷର ଦରମା = ୧୧,୭୨,୧୬୦ ଟଙ୍କା
ଅବସର ସମୟରେ = ୧୧,୭୧,୦୦୦ ଟଙ୍କା

ମୋଟ = ୨୩,୪୩,୧୬୦ ଟଙ୍କା

ଏହା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରୋଜଗାର ସହିତ ଅନୁଶାସନ ଆସିବ, ଯାହା ସର୍ବଦା ସହାୟକ ହୋଇଥାଏ । ଆଉ ଏହି ବୟସରେ ଏକ ନୂତନ ଚାକିରି ପାଇଁ ଏହି ପରିମାଣର ଅର୍ଥ ଯଥେଷ୍ଟ ଅଟେ। ଯଦି ସାର୍ଥକ ପ୍ରୟାସ କରାଯାଏ, ତେବେ ପୁନର୍ବାର ଚାକିରି ଅନ୍ୟତ୍ର ସହଜରେ ମିଳିବ । ଏହାକୁ ଏକ ସାମରିକ ତାଲିମ ଡ୍ରିଲ୍ କିମ୍ବା ପ୍ରୋଗ୍ରାମ ଭାବରେ ଦେଖାଯିବା ଉଚିତ, ଯାହା ଆପଣଙ୍କୁ ଉପକାର ଦେବା ସହ ଅନୁଶାସନ ଶିଖିବାର ସୁଯୋଗ ଦେଉଛି ।

କିନ୍ତୁ ,କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । ଏବେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବି ବିରୋଧ କରାଯାଇଛି । ଏହାକୁ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ।

ରାତାରାତି ବଦଳିଲା ଏହି ନିୟମ :

ଗତ ଦୁଇ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିବାରୁ ୨୦୨୨ରେ ହେବାକୁ ନିଯୁକ୍ତିରେ କେନ୍ଦ୍ର ସରକାର ଏହି ନିୟମ ପରିବର୍ତନ କରିଛନ୍ତି। ୩ ସେନାବାହୀନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତିକରିବା ପାଇଁ ଅଗ୍ନିପଥ ଘୋଷଣା କରାଯାଇଥିଲା। କିନ୍ତୁ ତାହାର ଅବଧି ମାତ୍ର ୪ ବର୍ଷ ପାଇଁ । ଆଶାୟୀଙ୍କ ବୟସ ସୀମା ପୂର୍ବରୁ ସାଢ଼େ ୧୭ରୁ ୨୧ ବର୍ଷ ରହିଥିଲା। ସର୍ବାଧିକ ବୟସ ସୀମା ବୃଦ୍ଧି ହେବା ପରେ ଏବେ ଏହା ୧୭ରୁ ୨୩ ବର୍ଷ ହୋଇଛି।

ବିକ୍ଷୋଭକାରୀମାନେ ଟ୍ରେନରେ ନିଆଁ ଲଗାଇବା ସହ ପଥରମାଡ ମଧ୍ୟ କରିଥିଲେ। ଆର୍ମି ଅଫିସ୍ ଆଗରେ ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ଏଥିସହ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଛି। ତେବେ ଏହି ବୟସସୀମାକୁ ବୃଦ୍ଧି କରି କେନ୍ଦ୍ରସରକାର ୧୭ରୁ ୨୩ ବର୍ଷ ପାଇଁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *