ସଂସ୍କାର : ଆତଙ୍କୀ ତାଲିବାନମାନେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଗୋଟିଏ ପରେ ଗୋଟିଏ ନୃସଂଶ କାର୍ଯ୍ୟ କରି ଆସୁଛନ୍ତି। ପ୍ରଥମେ ତାଲିବାନଙ୍କ ଭୟରେ ଅନେକ ଆଫଗାନି ଦେଶ ଛାଡ଼ିଲେ, ପରବର୍ତ୍ତୀ ସମୟରେ ଆତ୍ମଘାତୀ ବିସ୍ଫୋରଣ କଲେ ଆଉ ବର୍ତ୍ତମାନ ଏକ ବଡ଼ ସିରିଜ ବିସ୍ଫୋରଣ କରିଥିଲା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ସିରିଜ୍ ବିସ୍ଫୋରଣ ହୋଇଛି। ତେବେ ଏହି ସିରିଜ ବିସ୍ଫୋରଣ କିଏ କରିଛି ତାହାର କିଛି ସୂଚନା ଏଯାବତ ମିଳିନାହିଁ। କାରଣ ଏହି ସିରିଜ ବିସ୍ଫୋରଣ ତାଲିବାନଙ୍କ ଉପରକୁ ହୋଇଛି। ଏହି ବିସ୍ଫୋରଣରେ ତାଲିବାନୀଙ୍କ ଗାଡ଼ିକୁ ଟାର୍ଗେଟ କରାଯାଇଛି। ଏଥିରେ ଏଯାଏ ୫ ଜଣଙ୍କ ମୃତଦେହ ମିଳିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ହମଲା ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଘଟଣା ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୂଚନା ଅନୁଯାୟୀ, ନଙ୍ଗରହାରର ରାଜଧାନୀ ଜଲାଲାବାଦରେ କ୍ରମାଗତ ୩ଟି ବିସ୍ଫୋରଣ ହୋଇଛି। କୁହାଯାଉଛି ଯେ ଏହି ଅଞ୍ଚଳରେ ସକ୍ରିୟ ଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀମାନେ ଏପରି ହମଲା କରିଛନ୍ତି। ତାଲିବାନୀ ବନ୍ଧୁକଧାରୀମାନେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଫଗାନର ରାଜଧାନୀ କାବୁଲରେ ମଧ୍ୟ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ତେବେ କାହାକୁ ଟାର୍ଗେଟ କରି ଏପରି ବିସ୍ଫୋରଣ ହୋଇଥିଲା ତାହାର ସୂଚନା ମିଲିନାହିଁ।