ଆଇନଜୀବୀ ଏ.ପି. ସିଂହ ପୁଣିଥରେ ଚର୍ଚ୍ଚାରେ : ଅଭିଯୁକ୍ତଙ୍କ ପାଇଁ ଆଉଥରେ ଓହ୍ଲାଇବେ ହାଥରସ ମୈଦାନରେ

୭ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ଥିବା ନିର୍ଭୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ପାଇଁ ମାମଲା ଲଢିଥିବା ବରିଷ୍ଠ ଆଇନଜୀବୀ ଏ.ପି. ସିଂହ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ସେ ଆଉଥରେ ଆଉ ଏକ ନିର୍ଭୟାର ଦୋଷୀଙ୍କ ପାଇଁ ଓକିଲାତି କରିବେ । ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ପାଇଁ ସେ କୋର୍ଟରେ ମାମଲା ଲଢିବେ ବୋଲି ସୂଚନା ମିଳିଛି ।

ହାଥରସ ଗଣଦୁଷ୍କର୍ମ ଓ ହତ୍ୟାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ସପକ୍ଷରେ ମାମଲା ଲଢିବା ପାଇଁ ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ଏ.ପି. ସିଂହଙ୍କୁ ନିଯୁକ୍ତ କରିଛି । ମହାସଭାର ସଭାପତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ମନଭେନ୍ଦର ସିଂଙ୍କ କହିବାନୁସରେ ଏ.ପି. ସିଂହ ହାଥରସ ଘଟଣାର ଅଭିଯୁକ୍ତଙ୍କ ପାଇଁ ଲଢିବେ ।

ରିପୋର୍ଟ ଅନୁସାରେ ଏକ ସାମ୍ବାଦିକ ସମ୍ମିଳନୀରେ ମନଭେନ୍ଦର ସିଂ କହିଛନ୍ତି ଯେ ଏ.ପି. ସିଂହ ମାମଲା ଲଢିବା ପାଇଁ ଆବଶ୍ୟକ ହେବାକୁ ଥିବା ଅର୍ଥ ଦେବାକୁ ମହାସଭା ବହୁ ଅର୍ଥ ସଂଗ୍ରହ କରିଛି । ହାଥରସ ମାମଲା ମାଧ୍ୟମରେ ହରିଜନ ଆଦିବାସୀ ଜନଜାତି ଲୋକଙ୍କୁ ଉଚ୍ଚ ଜାତି ଲୋକଙ୍କ ବିରୋଧରେ ଅପବ୍ୟବହାର କରାଯାଉଛି ଯାହା ରାଜପୁତ ସଂପ୍ରଦାୟକୁ ବିଶେଷ ଆଘାତ ଦେଇଛି ।

ମନଭେନ୍ଦର ସିଂ ଆହୁରି ବି କହିଛନ୍ତି ଯେ ଏ.ପି. ସିଂହ ହାଥରସ ଘଟଣାରେ ଥିବା ସତ୍ୟକୁ ସମସ୍ତଙ୍କୁ ସାମ୍ନାକୁ ଆଣିବେ । କେବଳ ସେତିକି ନୁହେଁ ଏଇ କିଛି ଦିନ ହେବ ହାଥରସ ଅଭିଯୁକ୍ତଙ୍କ ସପକ୍ଷରେ ଅନେକ ଉଚ୍ଚ ଜାତି ସଂଗଠନମାନେ ଆଗକୁ ଆସୁଛନ୍ତି ଓ ମହାସଭା ମଧ୍ୟ ପୂର୍ବରୁ ଅଭିଯୁକ୍ତଙ୍କ ସପକ୍ଷରେ ଧାରଣା ଦେଇଥିଲା । ଏମିତିକି ସେମାନଙ୍କ ପାଇଁ ପଞ୍ଚାୟତ ବି ବସିଥିଲା ।

Leave a Reply

Your email address will not be published. Required fields are marked *