କରୋନା ଭୁତାଣୁ ହେତୁ ଆଜିକାଲି ଅନଲାଇନ୍ ମିଟିଂର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ସହିତ, ଏପରି ଘଟଣାଗୁଡ଼ିକର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ଯେଉଁଥିରେ ଲୋକମାନେ ଆପତ୍ତିଜନକ ପରିସ୍ଥିତିରେ କ୍ୟାମେରା ଆଗରେ କଏଦ ହୋଇ ରହିଛନ୍ତି, ନିକଟରେ ଏକ ଅନଲାଇନ ସଂସଦ ଅଧିବେଶନକାଳରେ ପ୍ରେମିକାଙ୍କ ସ୍ପର୍ଶକାତର ଅଞ୍ଚଳରେ ଚୁମ୍ବନ ଦେଇ ପଦ ହରାଇଛନ୍ତି ଆର୍ଜେଣ୍ଟିନାର ଜଣେ ସାଂସଦ।

ଯେଉଁଥିପାଇଁ ତାଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏହି ଦୃଶ୍ୟ ଭରଚ୍ୟୁଆଲ ବିତର୍କ ନିମନ୍ତେ ସଂସଦ ଭବନରେ ଲଗାଯାଇଥିବା ବିଶାଳ ସ୍କ୍ରିନରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ସାଂସଦଙ୍କ ନାମ ଜୁଆନ ଏମିଲିୟୋ ଅମେରୀ ଓ ସେ ରାଷ୍ଟ୍ରପତି ଅଲ୍ବର୍ଟୋ ଫର୍ଣାଣ୍ଡିଜଙ୍କ ପେରୋନିଷ୍ଟ ପାର୍ଟିର ସଦସ୍ୟ । ସେ ସାଲ୍ଟାର ଉତ୍ତରାଞ୍ଚଳର ପ୍ରତିନିଧିତ୍ଵ କରୁଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଆର୍ଜେଣ୍ଟିନା ସଂସଦ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏହି ଘଟଣା ନିମନ୍ତେ ସମ୍ପୃକ୍ତ ସାଂସଦଙ୍କଠାରୁ ଇସ୍ତଫା ପତ୍ର ନିଆଯାଇଛି , ଏହା ସହ ଏପରି ଦାୟିତ୍ଵହୀନ କାର୍ଯ୍ୟକଳାପକୁ ସାଂସଦ କେବେ ଗ୍ରହଣ କରିବ ନାହିଁ ବୋଲି ଏଥିରେ କୁହାଯାଇଛି ।
ସଂସଦର ଅନଲାଇନ ବୈଠକରେ ପେନସନ ପାଣ୍ଠି ନିବେଶ ସଂକ୍ରାନ୍ତ ଏକ ଆଲୋଚନା ଚାଲିଥିଲା । ଏହିସମୟରେ ସାଂସଦ ଜୁଆନ ଏମିଲିଓ ପ୍ରେମିକାଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଇଥିଲା । ଏହି ଘଟଣା ପରେ ସାଂସଦ ଏମିଲିଓ ନିଜ ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ଯେ ସେ ଅଫଲାଇନ ଥିବା ସମୟରେ ଏହି ଘଟଣା ଘଟିଥିଲା କିନ୍ତୁ ଖରାପ ଇଣ୍ଟରନେଟ୍ କନେକ୍ସନ ଏଭଳି ପରିସ୍ଥିତି ଉପୁଜିଥିଲା।