“ଆମେ ସବୁକିଛି ସହିଯିବୁ, ହେଲେ ଭବିଷ୍ୟତ ବ୍ୟକ୍ତାଙ୍କ ଉପରେ କୌଣସି ଭୁଲ ବରଦାସ୍ତ କରିପାରିବୁନି” କିଏ କହିଲା ଏପରି…

ସଂସ୍କାର : ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦ ବିବାଦରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଧମକ ଦିଆଯିବା ଘଟଣାକୁ ଗୁଇନ୍ଦା ଏଜେନ୍ସି କାମ ବୋଲି କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏବଂ ପିଡ଼ିପି ମୁଖ୍ୟ ମେହବୁବା ମୁଫତି। ଏହି ବିବାଦ ମାମଲାରେ ଉଭୟେ ସରକାରଙ୍କୁ ଚେତାଇଛନ୍ତି। ଇସଲାମ ସଂସ୍ଥାପକ ପୈଗମ୍ବର ମହମ୍ମଦ ବିବାଦରେ ମୁସଲିମ ଦେଶ ଭାରତ ଉଦ୍ଦେଶ୍ୟରେ ଧମକ ଦେଉଥିବା ବେଳେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି କଟ୍ଟରପନ୍ଥୀ। ଏପରିକି ସେମାନେ ଭାରତ ସହ ହିନ୍ଦୁଙ୍କୁ ଧମକାଇବାରେ ଲାଗିଛନ୍ତି । ଅଲକାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ମଧ୍ୟ ଧମକ ଦେବାକୁ ପଛାଇନାହିଁ । ଏନେଇ ଟ୍ୱିଟ କରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଟ୍ୱିଟ୍ କରି କହିଛନ୍ତି ଆମର ଭବିଷ୍ୟବକ୍ତା ମହମ୍ମଦ ।

ତାଙ୍କର ସୁରକ୍ଷା ଲାଗି ଅଲ କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ବିଶୃଙ୍ଖଳା କରନ୍ତି ଏବଂ ଇସଲାମ ନାମକୁ ବଦନାମ କରନ୍ତି ସେମାନଙ୍କ ଠାରୁ ଦେଶକୁ ସୁରକ୍ଷିତ ରଖନ୍ତୁ ଆହ୍ଲା। ହିନ୍ଦୁତ୍ୱବାଦୀ ଜାଣିବା ଆବଶ୍ୟକ ଯେ ଇସଲାମ ଆତଙ୍କବାଦକୁ ନାପସନ୍ଦ କରେ । ହିନ୍ଦୁସ୍ତାନୀ ମୁସଲମାନ ସର୍ବଦା ବିରୋଧରେ ଅଛନ୍ତି । ପୈଗମ୍ବର ବିବାଦରେ ଅଲ କାଏଦା ପକ୍ଷରୁ ଦିଆଯାଇଥିବା ଧମକ ଉପରେ ପ୍ରତିକ୍ରିୟା ରଖି ପିଡ଼ିପି ମୁଖ୍ୟ କହିଛନ୍ତି ମୋତେ ଡର ଲାଗୁଛି ଯେ ବିଜେପି ଅଲ କାଏଦା ଧମକକୁ ଏକ ବାହାନ ବ୍ୟବହାର କରି ଏହା କହିପାରେ ଯେ ହିନ୍ଦୁ ବିପଦରେ ଅଛନ୍ତି । ଅଲ କାଏଦା ପକ୍ଷରୁ ଦିଆଯାଇଥିବା ଧମକକୁ ସମାଲୋଚନା କରାଯିବା ଆବଶ୍ୟକ ।

ଅନ୍ୟପଟେ ପିଡ଼ିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଅଲ କାଏଦା କିମ୍ବା ଅନ୍ୟ କୌଣସି ସଙ୍ଗଠନ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାର ଧମକକୁ ମୁଁ ନିନ୍ଦା କରୁଛି । ହେଲେ ଏହା ସତ୍ୟ ଯେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟ ଲାଗି ସମଗ୍ର ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ରହିଛି । ଇସାରା ମାଧ୍ୟମରେ ଧମକ ଦେଇ ସେ କହିଛନ୍ତି ମୁସଲମାନ ଆହତ ହୋଇଛନ୍ତି । ଆମେ ସବୁ କିଛି ସହ୍ୟ କରିପାରୁ ମାତ୍ର ଆମର ଭବିଷ୍ୟବକ୍ତାଙ୍କ ବାବଦରେ କୌଣସି ଭୁଲ ମନ୍ତବ୍ୟ ବରଦାସ୍ତ କରିପାରିବୁ ନାହିଁ ।

Leave a Reply

Your email address will not be published. Required fields are marked *