୬୬ ବର୍ଷ ବୟସରେ ବାପାଙ୍କୁ ପ୍ରେମ ହେଲା : ପୁଅ ବି ଖୁସି ଖସି ବାପାର ବିବାହ କରେଇଦେଲା …

ପ୍ରେମ ବୟସ ଦେଖେନା । ଦେଖେନା ଜାତିପତି । ଏହାର ଏକ ତାଜା ଦୃଷ୍ଟାନ୍ତ ପାଲଟିଛନ୍ତି ତରୁଣକାନ୍ତି ପାଲ । ୬୬ ବର୍ଷ ବୟସ ତାଙ୍କୁ ପ୍ରେମ ହେଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତରୁଣକାନ୍ତି ତାଙ୍କ ପ୍ରେମିକା ସ୍ଵପ୍ନା ରୟକୁ ବିବାହ କରିଛନ୍ତି । ଜୀବନର ସାୟଂ କାଳରେ ବିବାହ ଯେତିକି ଆଶ୍ଚର୍ଯ୍ୟ କରିନି ବିବାହକୁ ସ୍ଵତନ୍ତ୍ର କରିଛି ତରୁଣକାନ୍ତିଙ୍କ ପୁଅ । ଆଜ୍ଞା, ହଁ, ଏହି ବିବାହ କରାଇବାକୁ ଅନ୍ୟ କେହି ନଥିବାରୁ ତାଙ୍କ ପୁଅ ସୋୟନ ବିବାହ କରାଇଛି । ତେବେ ନିଜେ ସୋୟନ ପାଲ ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଲାପରେ ଖବର ସାମ୍ନାକୁ ଆସିଛି ।

ସୋୟନଙ୍କ କହିବା ମୁତାବକ ୧୦ ବର୍ଷ ପୂର୍ବେ ସେ ତାଙ୍କ ମାଆଙ୍କୁ ହରାଇଥିଲେ ଯାହାପରେ ତାଙ୍କ ବାପା ଖୁବ୍ ଏକୁଟିଆ ହୋଇଯାଇଥିଲେ । ବାପାଙ୍କ ଏକ୍ଲାପଣ ପରିବାରର ଅନ୍ୟ ସଦସ୍ୟମାନେ ହୃଦୟଙ୍ଗମ କରିପାରୁଥିଲେ । ତେବେ ନୂଆ ମାଆ ସ୍ଵପ୍ନାଙ୍କ ସହିତ ବାପାଙ୍କର ସାକ୍ଷାତ ଏକ ପାରିବାରିକ କାର୍ଯ୍ୟକ୍ରମରେ ହୋଇଥିଲା ଓ ଦେଖାହେଲା ପରେ ଉଭୟଙ୍କ ଭିତରେ ସମ୍ପର୍କ ବଢିଥିଲା ।

ହଠାତ୍ କିଛି ମାସ ପରେ ସ୍ଵପ୍ନା ରୟଙ୍କ କଲ୍ ଆସିଲା ଯେଉଁଥିରେ ସେ ବାପାଙ୍କ ପାଇଁ ବିବାହ ପ୍ରସ୍ତାବ ଦେଇଥିଲେ । ତେଣୁ ଖୁସି ଖୁସି ବାପାଙ୍କ ଏକ୍ଲାପଣ ଦୂର କରିବାକୁ ଆମେ ଆଗେଇ ଆସିଲୁ । ତେବେ ଖବର ସାମ୍ନାକୁ ଆସିଲା ପରେ ପୁଅ ସୋୟନଙ୍କ ଏ ନିଷ୍ପତ୍ତିକୁ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *