ଏକା ସାଙ୍ଗରେ ୩ଭଉଣୀ ହେଲେ ଗର୍ଭବତୀ, ମାତ୍ର କେମିତି ହେଲା ଏହା ସମ୍ଭବ, ଜାଣିଲେ ତାଯୁବ ହେବେ ଆପଣ

ଏକ ସାଙ୍ଗରେ ଜନ୍ମ ହୋଇଥିବା ତିନି ଭଉଣୀ ଏବେ ଏକ ସାଙ୍ଗରେ ପ୍ରେଗ୍ନେଣ୍ଟ ହୋଇଗଲେ। ଏବଂ ସେମାନେ କିଛି ସମୟ ମଧ୍ୟରେ ନିଜ ନିଜ ସନ୍ତାନକୁ ଜନ୍ମ ଦେବେ।

ଆମେରିକାର କାଲିଫର୍ନିଆରେ ଏକ ସାଙ୍ଗରେ ଜନ୍ମନେଇଥିବା ତିନି ଭଉଣୀ ଏବେ ଏକା ସାଙ୍ଗରେ ମା ହେବାକୁ ଯାଉଛନ୍ତି। ଏହି ତିନି ଭଉଣୀ ନିଜ ନିଜ ଜୀବନର ସମସ୍ତ ସମସ୍ୟା କୁ ମିଶିକରି ସାମ୍ନା କରିଛନ୍ତି। କେବଳ ସେତିକି ନୁହେ ଏହି ୩ଭଉଣୀ ଏକ ସାଙ୍ଗରେ ମିଶି ସ୍କୁଲ ଓ କଲେଜ ରେ ପଢିଥିଲେ ମଧ୍ୟ।

ଏହି ୩ଭଉଣୀଙ୍କର ନା ହେଉଛି ଗିନା,ରୀନା ଓ ଭିକ୍ଟୋରିଆ ଯିଏକି ୩୫ ବର୍ଷ ବୟସରେ ଏକା ସାଙ୍ଗରେ ଗର୍ଭବତୀ ହୋଇଛନ୍ତି। ଏବଂ ସେ ଏଥିପାଇଁ ବହୁତ ଖୁସି ଅଛନ୍ତି ଓ ତାଙ୍କର ଇଚ୍ଛା ଅଛି ଯେ ତାଙ୍କର ୩ ସନ୍ତାନଙ୍କ ମଧ୍ୟରେ ମଧ୍ୟ ଏପରି ଭଲପାଇବା ରହୁ ଯେପରି ତାଙ୍କ ଭିତରେ ଅଛି।

ଏବଂ ଭିକ୍ଟୋରିଆ ଏକା ଇଣ୍ଟରଭିଉରେ କହିଛନ୍ତି କି ତାଙ୍କର ଏକା ସାଙ୍ଗରେ ପ୍ରେଗ୍ନେଣ୍ଟ ହେବା ହେଉଛି ଗୋଟେ ସ୍ଵପ୍ନ ସତ ହେବା ସହିତ ସମାନ। ପ୍ରଥମେ ଦୁଇଭଉଣୀ ଭିକ୍ଟୋରିଆ ଓ ରୀନା ପ୍ରେଗ୍ନେଣ୍ଟ ଥିଲେ ଓ ସେ ପରେ ତାଙ୍କ ଭଉଣୀ ଗିନା କୁ ପ୍ରେଗ୍ନେଣ୍ଟ ହେବାକୁ କହିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଲାଗୁନା ପାହାଡରେ ଥିବା ମେମୋରିଆଲ୍ କେୟାର ସାଡଲବ୍ୟାକ୍ ମେଡିକାଲରେ ତିନି ଭଉଣୀମାନେ ସେମାନଙ୍କର ସନ୍ତାନ ଜନ୍ମ ଦେବେ। ତେବେ ସେଠାରେ ଥିବା ଡାକ୍ତର ଡାନିଏଲ ଷ୍ଟର୍ନଫେଲ୍ଡ କହିଛନ୍ତି ଯେ ତିନିଜଣଙ୍କ ସନ୍ତାନ ଜନ୍ମ ସମୟ ଭିନ୍ନ ହେବ। ସେମାନେ ଏକ କିମ୍ବା ଦୁଇମାସ ବ୍ୟବଧାନରେ ସେମାନଙ୍କର ଶିଶୁମାନଙ୍କୁ ଜନ୍ମ ଦେବେ। କିନ୍ତୁ ତିନି ଭଉଣୀମାନେ ଏକତ୍ର ଗର୍ଭବତୀ ହେବା ଏକ ପ୍ରକୃତ ଆକର୍ଷଣୀୟ କାହାଣୀ ।

Leave a Reply

Your email address will not be published. Required fields are marked *