ଆପଣ ଯଦି SBI ର ଜଣେ ଗ୍ରାହକ, ତେବେ ଜାଣି ନିଅନ୍ତୁ SBI କରିଥିବା ଏହି ସତର୍କ ସୂଚନା

ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ଦେଶରେ ବଢି ଚାଲିଛି । ସାଇବର ଠକେଇ କରୁଥିବା ଲୋକେ ଏଣିକି ନୂଆ ଉପାୟରେ ଟଙ୍କା ଲୁଟ କରୁଛନ୍ତି । ତେବେ ଏସବୁକୁ ନଜରରେ ରଖି ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ SBI ତାର ଗ୍ରାହକମାନଙ୍କୁ ସଚେତନ କରେଇ ଦେଇଛି । ଏ ବାବଦରେ ଟ୍ଵିଟ୍ ମାଧ୍ୟମରେ ଏକ ସତର୍କ ସୂଚନା ଦେଇଛି ସେ ।

ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସତର୍କ ରହିବାକୁ କହିଲାବେଳେ SBI କହିଛି ଯେ ସେ ଗ୍ରାହକଙ୍କୁ ଏପରି କୌଣସି ମେଲ ପଠାଉ ନାହିଁ ।

ଏହାସହିତ SBI କହିଛି ଯେ ଆମେ କୌଣସି ଇ-ମେଲ ସହିତ ଜଡ଼ିତ ନୁହେଁ । ଯଦି ଆମ ଗ୍ରାହକମାନଙ୍କୁ ନକଲି ଇ-ମେଲ କେହି ପଠାଉଛି ତେବେ ଇ-ମେଲ୍ ଖୋଲିବା ଠାରୁ ଦୂରେଇ ରହିବା ଉଚିତ୍ । ସୋସିଆଲ ମିଡ଼ିଆରେ ବିଶେଷ ଭାବରେ ଗ୍ରାହକମାନେ ସଜାଗ ରହିବାକୁ ଅନୁରୋଧ କରିଥିବା ବେଳେ କୌଣସି ବିଭ୍ରାନ୍ତିକର ଏବଂ ନକଲି ବାର୍ତ୍ତାକୁ ବିଶ୍ୱାସ ନକରିବା ପରାମର୍ଶ ଦେଇଛି SBI ।

Leave a Reply

Your email address will not be published. Required fields are marked *