ଜୁଲାଇ ଶେଷରେ ରାଜନୀତିରୁ ନେଇଥିଲେ ସନ୍ନ୍ୟାସ, ଆଉ ବର୍ତ୍ତମାନ ଟିଏମସିି ମାଧ୍ୟମରେ କମବ୍ୟାକ୍ କଲେ ବାବୁଲ ସୁପ୍ରିୟ…

ସଂସ୍କାର: ରାଜନୀତି ଏପରି ଏକ ପେଶା ଯିଏ ନେଇ ଆଣି ଥୋଇ ଜାଣିଲା ତାହା ଦ୍ୱାରା ସବୁ କାର୍ଯ୍ୟ ସମ୍ଭବ ହୋଇ ପାରିବ। ଆଉ ରାଜନୀତି ନ ଜାଣିଥିବା ବ୍ୟ1କ୍ତି ମଧ୍ୟ ଯଦି ଥରେ ଏହି ରାସ୍ତାର ସ୍ୱାଦ ଚାଖିଦିଏ, ସେ ମଧ୍ୟ ପୁନର୍ବାର ଏହି ରାସ୍ତାକୁ ଛାଡ଼ି ଯିବା ପାଇଁ ମନ ବଳାଇନଥାଏ।

ତେବେ ଏକଥା ଆମେ କାହିଁକି କହିଲୁ , ନା ନିକଟରେ ଟିଏମସିିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବିଜେପି ସାଂସଦ ବାବୁଲ ସୁପ୍ରିୟ। ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତ ୧୮ ତାରିଖ ଦିନ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ତେବେ ସେ ଚଳିତ ବର୍ଷ ଜୁଲାଇ ମାସ ୩୧ ତାରିଖରେ ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଘୋଷଣା କରିଥିଲେ। କିନ୍ତୁ ପ୍ରଥମରୁ ଆମେ କହିଚୁ ନା , ଯେଉଁ ବ୍ୟକ୍ତି ଏହି ରାଜନୀତିର ସ୍ୱାଦ ଚାଖିଚି ସେ ପୁନର୍ବାର ଜେଣତେଣ ପ୍ରକାରରେ ଏହି ରାସ୍ତାକୁ ଆସିଥାଏ। ତେବେ ବାବୁଲ ସୁପ୍ରିୟ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ଦାବି କରି ରାଜନୀତି ଛାଡ଼ୁଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ଗତ ୧୮ ତାରିଖ ଦିନ ସେ ରାଜନୀତିକୁ ଟିଏମସିି ଦଳ ମାଧ୍ୟମରେ କମବ୍ୟାକ୍ କରିବା ପରେ ଦେଶର ରାଜନୀତି ପାଣିପାଗ ବେଶ୍ ସରଗରମ ରହିଛି। ବାବୁଲ ସୁପ୍ରିୟ ଟିଏମସିରେ ଯୋଗ ଦେବା ଖବର ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରିଛି।

ଗତ ୧୮ ତାରିଖ ଦିନ ଟିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିିଆଯାଇଥିଲା ଯେ, ” ଆଜି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଦଳର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍‌ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିୟ ଟିଏମସି ପରିବାରରେ ଯୋଗ ଦେଇଛନ୍ତି।”

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ହଠାତ ସେ ରାଜନୀତି ଛାଡିବା ତାଙ୍କର ପ୍ରଶଂସକଙ୍କୁ ବହୁତ ଆଶ୍ଚର୍ଯ୍ୟ କରାଇଦେଇଥିଲା। କିନ୍ତୁ ପୁଣି ଥରେ ସେ ରାଜନୀତି ମଇଦାନକୁ କମବ୍ୟାକ୍ କରିଛନ୍ତି।

ଅନ୍ୟପଟେ ରାଜନୀତି ଛାଡୁଥିବା ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ବାବୁଲ ଲେଖିଥିଲେ ଯେ “ମୁଁ ସମସ୍ତଙ୍କୁ ଖୁସି କରିବାକୁ ରାଜନୀତିକୁ ଆସିନଥିଲି | ଏହା ମୋ ଦ୍ୱାରା ସମ୍ଭବ ନୁହେଁ କି ଏଭଳି କରିବାକୁ ମୁଁ କେବେ ଚେଷ୍ଟା କରିନାହିଁ | ଏହି କାରଣରୁ ମୁଁ ସମସ୍ତଙ୍କ ନିକଟରେ ଭଲ ହୋଇ ପାରିଲି ନାହିଁ । ତେବେ ଅନ୍ୟପକ୍ଷରେ ବାବୁଲ ସୁପ୍ରିୟ ଟିଏମସିରେ ମିଶିବା ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *