ଆକ୍ରମଣରେ ୧୦୦ ରୁ ଅଧିକ ପାକିସ୍ତାନୀ ସୈନ୍ୟ ସଫା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ…

ସଂସ୍କାର: ବେଲୁଚିସ୍ତାନ ଲିବରେସନ୍ ଆର୍ମି (BLA) ଗୁରୁବାର ଦିନ ଏକ ବଡ଼ ଦାବି କରିଛି ଯେ ସେମାନେ ପାକିସ୍ତାନୀ ସେନାର ଦୁଇଟି ସାମରିକ ଶିବିର ଉପରେ ଆକ୍ରମଣ କରି ଏପର୍ଯ୍ୟନ୍ତ ୧୦୦ ଜଣରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଛନ୍ତି। ବାଲୁଚ ବିଦ୍ରୋହୀଙ୍କ ସଂଗଠନ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି। ଫେବୃଆରୀ ୩ତାରିଖରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣକୁ ରୋକିବା ପାଇଁ ପାକିସ୍ତାନ ଗଣମାଧ୍ୟମରେ ଯାହା କହୁଛି ତାହା ମିଥ୍ୟା ଅଟେ। ବାସ୍ତବତା ହେଉଛି ଯେ ବିଏଲ୍ଏ ୧୦୦ ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଛି ଏବଂ ପଞ୍ଜଗୁର ଏବଂ ନ୍ୟୁସ୍କି ସୈନ୍ୟବାହିନୀର ପ୍ରମୁଖ ସ୍ଥାନକୁ ନିଜ ଅଧୀନକୁ ନେଇଛି।

ଅନ୍ୟପଟେ ପାକିସ୍ତାନ ସେନା ଦାବି କରିଛି ଯେ, ବଲୁଚି ବିଦ୍ରୋହୀଙ୍କ ଆକ୍ରମଣକୁ ବିଫଳ କରିଦିଆଯାଇଛି ଏବଂ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କେବଳ ଜଣେ ସୈନ୍ୟ ମୃତ୍ୟୁବରଣ କରିଥିବା କହିଛି ପାକିସ୍ତାନ ସେନା । ଏହା ପୂର୍ବରୁ ହୋଇଥିବା ଗୁଳିକାଣ୍ଡରେ ୧୦ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଥିଲେ ବେଲୁଚି ବିଦ୍ରୋହୀ । କିନ୍ତୁ ମାନି ନଥିଲେ ପାକ୍‌ ସେନା ମୁଖ୍ୟ ଜେନେରାଲ୍‌ ବାଜଓ୍ବା । ଘଟଣାର ପ୍ରାୟ ୩୦ ଘଣ୍ଟା ପରେ ନିଜେ ପୁଣି ସ୍ବୀକାର କରିଥିଲେ ।

ପାକିସ୍ତାନ ସେନା ଏକ ବୟାନ ଜାରିକରି କହିଛି ଯେ, ଦୁଇଟି ସ୍ଥାନରେ ବେଲୁଚି ବିଦ୍ରୋହୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିବା ବେଳେ ତାହାକୁ ସମ୍ପୂର୍ଣ୍ଣ ଭାବେ ବିଫଳ କରିଦିଆଯାଇଛି । ବରଂ ପାଲଟା ଆକ୍ରମଣରେ ବିଦ୍ରୋହୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । ପାକିସ୍ତାନର ଜଣେ ସେନା ଅଧିକାରୀ କହିଛନ୍ତି, ପାଞ୍ଜଗୁର ଅଞ୍ଚଳରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଠିକ୍‌ ସମୟରେ ପାକ୍‌ ସେନା ପାଲଟା ଆକ୍ରମଣ କରିବାକୁ ଯୋଜନା ଫେଲ୍‌ ମାରିଥିଲା । ବର୍ତ୍ତମାନ ମଧ୍ୟ ସେଠାରେ ଗୁଳିକାଣ୍ଡ ଜାରି ରହିଛି ।

ଆକ୍ରମଣ ଘଟଣାରେ ଦୋଷ ମୁଣ୍ଡକୁ ନେଇଛି ବେଲୁଚିସ୍ତାନ ଲିବରେସନ୍‌ ଆର୍ମୀ । ବିଏଲ୍‌ଏ ଦାବି କରିଛି ଯେ, ‘ଆକ୍ରମଣରେ ୧୦୦ରୁ ଉର୍ଦ୍ଧ୍ବ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ଭୀଷଣ ଗୁଳିମାଡରେ ପାକିସ୍ତାନୀ ସେନା ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ପାକିସ୍ତାନୀ ସେନା ଏହି ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ମନା କରିଦେଇଛି । ଇଣ୍ଟରନେଟ୍‌ ଏବଂ ଫୋନ କଲ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଥିବା କହିଛି ବିଏଲ୍‌ଏ’ ।

ବେଲୁଚିସ୍ତାନ ଲିବରେସନ୍‌ ଆର୍ମୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଆକ୍ରମଣ ବିଫଳ ହୋଇଥିବା ପାକିସ୍ତାନୀ ସେନା କରୁଥିବା ଦାବି ସମ୍ପୂର୍ଣ୍ଣ ମିଛ । ପିଏଲ୍‌ଏର ଟାର୍ଗେଟ୍‌ ପୁରାପୁରି ଭାବେ ସଫଳ ହୋଇଛି । ଅନ୍ୟପଟେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ, ଆକ୍ରମଣ ବିଫଳ କରିଥିବାରୁ ସେନାକୁ ତାରିଫ୍‌ କରିଛନ୍ତି । ଇମ୍ରାନ୍‌ କହିଛନ୍ତି, ପୁରା ଦେଶ ପାକିସ୍ତାନୀ ସେନା ସହ ଅଛି ।

Leave a Reply

Your email address will not be published. Required fields are marked *