ଇସ୍ତଫା ପରେ ଏକ ବଡ ଘୋଷଣା କଲେ ଗୁଲାମନବୀ ଆଜାଦ, ଜାଣନ୍ତୁ ଘୋଷଣା ବାବଦରେ…

ସଂସ୍କାର : କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମନବୀ ଆଜାଦଙ୍କ ବଡ ଘୋଷଣା । ସେ କହଛନ୍ତି ଯେ ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସୂଚନା ଅନୁସାରେ, ଗୁଲାମନବୀ ଆଜାଦ ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଠନ କରିବେ ।

ଏହାସହ ଜାତୀୟ ରାଜନୀତିରୁ ଜମ୍ମୁ-କାଶ୍ମୀର ରାଜନୀତିକୁ ଫେରିବାକୁ ସଂକେତ ଦେଇଛନ୍ତି । ଆଜାଦ କହିଛନ୍ତି, ମୁଁ ଜମ୍ମୁ ଯିବି, କାଶ୍ମୀର ମଧ୍ୟ ଯିବି । ଜମ୍ମୁ-କାଶ୍ମୀରରେ ନିଜର ଏକ ନୂଆ ଦଳ ଗଠନ କରିବି । ଏହାସହ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ମାନେ ୩ ବର୍ଷ ହେବ ମୁଁ ବିଜେପିରେ ସାମିଲ ହେବେ ବୋଲି କହି ଆସୁଛନ୍ତି । ଏପରିକି ମୁଁ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦରେ ବସିବି ବୋଲି ମଧ୍ୟ ଚର୍ଚ୍ଚା କରିଛନ୍ତି ।

ତେବେ ବିଜେପିରୁ ଫୋନ୍ ଆସିଛି କି ନାହିଁ ପ୍ରଶ୍ନର ଉତ୍ତରରେ ଗୁଲାମନବୀ କହିଛନ୍ତି, ମୋତେ ବିଜେପି ନେତା କାହିଁକି ଫୋନ୍ କରିବେ, ମୁଁ କଣ ଏବେ ବିଜେପିରେ ଅଛି କି? ମୋର ସମସ୍ତ ଦଳ ସହ ଭଲ ସମ୍ପର୍କ ରହିଛି । ମୁଁ କାହାକୁ କେବେ ବି ଅପଶବ୍ଦ କହିନାହିଁ । ସବୁ ଦଳକୁ ସମ୍ମାନ କରିଛି ଏବଂ ପ୍ରତିବଦଳରେ ସମ୍ମାନ ପାଇଛି । ତେବେ ଗାନ୍ଧୀ ପରିବାର ସହ ମୋର ଭଲ ସମ୍ପର୍କ ରହିଛି । ଏହାକୁ ବ୍ୟକ୍ତିଗତ ସମ୍ପର୍କ ସହ ଯୋଡିବା ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *