‘ପଦ୍ମ’ ଚିହ୍ନ ମାସ୍କ ପିନ୍ଧି ଭୋଟ୍ ଦେବାକୁ ପହଞ୍ଚିଲେ ଏହି ମନ୍ତ୍ରୀ : ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଚାଲିଛି । ୭୧ ବିଧାନସଭା ସିଟ ପାଇଁ ଚାଲିଛି ମତଦାନ । ଏହି ନିର୍ବାଚନରେ ନିଜର ମତ ଦେବା ପାଇଁ ଆସି ପହଞ୍ଚିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ତଥା ବିଜେପି ନେତା ପ୍ରେମ କୁମାର । ହେଲେ ତାଙ୍କର ଆଚରଣ ବିଧି ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରିବାକୁ ନିର୍ବାଚନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ଦିନ ମନ୍ତ୍ରୀ ପ୍ରେମ କୁମାର ଗୟାର ସ୍ୱରାଜପୁରୀ ରୋଡରେ ଥିବା ଜିରାଦେଇ ବର୍ଣ୍ଣବଲ ସଦନ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଏହି ସମୟରେ ସେ ପିନ୍ଧିଥିବା ମାସ୍କରେ ଥିଲା ବିଜେପିର ପଦ୍ମ ଚିହ୍ନ । ଏହାବ୍ୟତୀତ ବି ତାଙ୍କ ବେକରେ ଝୁଲି ରହିଥିଲା ବିଜେପି ଦଳର ଗାମୁଛା ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କୌଣସି ମତଦାନ କର୍ମଚାରୀ ଏହି ବିଜେପି ନେତା ପ୍ରେମ କୁମାରଙ୍କୁ ଭୋଟ ଦେବାକୁ ବାଧା ଦେଇନାହାନ୍ତି । ଆଉ ଏଇମିତି ମନ୍ତ୍ରୀ ପ୍ରେମ କୁମାର ଖୋଲାଖୋଲି ଭାବରେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ।

ଏଥି ସହିତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ବିହାରର ୭ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଡ଼ା ନଜର ରଖିବା ଏବଂ ଦୃଢ ସୁରକ୍ଷା ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ୭ଟାରୁ ଭୋଟ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। । ସୂଚନା ଅନୁଯାୟୀ ଏହି କରୋନା ସଙ୍କଟ ଭିତରେ ବି ଆଜି ୨ କୋଟି ୧୪ ଲକ୍ଷ ୮୪ ହଜାର ୭୮୭ ଜଣ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ସଞ୍ଜୟ କହିଛନ୍ତି ଯେ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭୋଟ ପାଇଁ ସମସ୍ତ ମତଦାନ କେନ୍ଦ୍ରରେ ସାମରିକ ବାହିନୀ ନିୟୋଜିତ କରାଯାଇଛି । ସମୁଦାୟ ୩୧,୩୮୦ ଟା ମତଦାନ କେନ୍ଦ୍ର ପାଇଁ ୩୧,୩୮୦ EVM ଏବଂ VVPAT ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *