ଏହି କାରଣ ଯୋଗୁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଲେ ନିତୀଶ କୁମାର, କହିଲେ …

ପାଟଣା : ବିହାରର ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଉତ୍ତରପ୍ରଦେଶ ସରକାର କୋଟାରେ ଥିବା ନିଜ ରାଜ୍ୟର ଛାତ୍ରମାନଙ୍କୁ ବସ୍ ପଠାଇ ଫେରେଇ ଆଣିଥିଲେ ଯାହାପରେ ଏହି ସମସ୍ୟା ଆହୁରି ବଢିବାରେ ଲାଗିଛି । ଏହାକୁ ଦେଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶେଇଛନ୍ତି ।

ସୂଚନାନୁସାରେ, ନୀତୀଶ କୁମାର କହିଛନ୍ତି ଯେ ଏହି ପଦକ୍ଷେପ ଲକଡାଉନ ନିୟମ ସହିତ ଅନ୍ୟାୟ କଲା ଭଳି । କିନ୍ତୁ ଯୋଗୀ ସରକାର କୋଟାରେ ଫସି ରହିଥିବା ଉତ୍ତରପ୍ରଦେଶର ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ସ୍ୱତନ୍ତ୍ର ବସ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଉପରେ ବିହାରର ମୁଖ୍ୟ ଶାସନ ସଚିବ କୋଟା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଯଥା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଗୃହ ସଚିବଙ୍କୁ ମନେପକାଇ କହିଛନ୍ତି ଯେ କୋଟା ଜିଲ୍ଲା କଲେକ୍ଟର ଗୃହ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି ।

ଏହାସହିତ ମନ୍ତ୍ରୀ ଏବଂ ଜେଡିୟୁ ନେତା ନୀରଜ କୁମାର ବିହାର ସରକାରଙ୍କୁ ସମର୍ଥନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ କେହି ଖାଇବା ସମସ୍ୟା, କେହି ଯିବାଆସିବା ସମସ୍ୟାକୁ ସାମ୍ନା କରୁଥିଲାବେଳେ କାହାକୁ ପରିବାର ଠାରୁ ଦୂରରେ ରହିବାକୁ ପଡ଼ିଛି । ତଥାପି ସମସ୍ତେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜଣେଇଛନ୍ତି ।

ନୀରଜ କୁମାରଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଆମର ସମସ୍ୟା ଅଛି କିନ୍ତୁ ଏହାକୁ ଭାରତୀୟଙ୍କ ଜୀବନ ସହ ତୁଳନା କରାଯାଇପାରିବ ନାହିଁ । ସାମାଜିକ ଦୂରତା ନିୟମ ମାନି ଏବଂ ଲକଡାଉନ କରି ଦେଶ ଉପକୃତ ହୋଇଛି ।

ନୀରଜ କୁମାର ଏହା ମଧ୍ୟ କହିଛନ୍ତି ଯେ ପୁଡୁଚେରୀ କିମ୍ବା କୋଟା ପିଲାମାନେ ଦେଶର ଭବିଷ୍ୟତ । ରାଜ୍ୟ ସରକାରଙ୍କୁ ଅନୁରୋଧ କରି ସେଠାରେ ସେମାନଙ୍କର ସୁବିଧା ବଢାଇବା ଉଚିତ୍ । ଏଥିସହିତ ସେ ପ୍ରଶ୍ନ କରିଛନ୍ତି ଯେ ଏକ ବସରେ ୨୫ ଜଣ ଛାତ୍ର ଆସୁଛନ୍ତି ଯଦି ତାହା ୭୫ ମିଟର ବସ୍‌ରେ ପରିଣତ ହେଲା କେମିତି ! ତେଣୁ ଭାବନାତ୍ମକ ନହେଇ ମାନବତା ରକ୍ଷା ଉପରେ ବିଚାର କରାଯାଉ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ପାଳନ ହେବା ଉଚିତ୍ ।

ସେଠାରୁ ଛାତ୍ରମାନଙ୍କ ଆସିବା ଅର୍ଥାତ ସାମାଜିକ ଦୂରତା ପାଳନ ହେଉନାହିଁ । ତେବେ ଲକଡାଉନ କାହିଁକି କରାଗଲା ! ରାଜ୍ୟ ସରକାରଙ୍କ ସହ କୌଣସି ଯୋଗାଯୋଗ ହୋଇ ନାହିଁ କିମ୍ବା ଭାରତ ସରକାରଙ୍କଠାରୁ ଅନୁମତି ନିଆଯାଇ ନାହିଁ । ବିହାର ସରକାର ଏହା ଉପରେ ଆପତ୍ତି ଜଣାଇ ସାରିଛନ୍ତି । ଦେଶର ଅନ୍ୟ ରାଜ୍ୟରେ ରହୁଥିବା ଅବଶିଷ୍ଟ ରାଜ୍ୟବାସୀ କେଉଁ ଅପରାଧ କରିଛନ୍ତି ! ବିରୋଧୀଙ୍କ ଅଭିଯୋଗ ଉପରେ ନୀରଜ କୁମାର କହିଛନ୍ତି ଯେ ବିରୋଧୀଦଳ ନିଜେ ବିହାରରେ ନାହାଁନ୍ତି ଏବଂ ସେମାନଙ୍କୁ ନିଜେ ସଙ୍ଗରୋଧ କରାଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *