କରୋନାରେ ଭୟାବହ ହେଲା ପରିସ୍ଥିତି, ଏଠାରେ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ଦେଶ ସାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କଟକଣା ସତ୍ତ୍ୱେ କରୋନା ବ୍ୟାପି ଚାଲିଛି । ଏପରି ପରିସ୍ଥିତିରେ ବିଭିନ୍ନ ରାଜ୍ୟ କେତେକ କଡ଼ା ପଦକ୍ଷେପମାନ ନେଉଥିଲାବେଳେ ବିହାର ରାଜ୍ୟରେ ବଢାଇଛି ଲକଡାଉନ ଅବଧି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷକୁ ଅତିକ୍ରମ କରିଗଲାଣି ଯାହାକୁ ଆଖି ଆଗରେ ରଖି ଆଗାମୀ ସେପ୍ଟେମ୍ବର ୬ ତାରିଖ ଯାଏଁ ବଢିଲା ଲକଡାଉନ ଅବଧି ।

ନିତୀଶ ସରକାର ଏହା ପୂର୍ବରୁ ରାଜ୍ୟକୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ଏଯାବତ୍ ରାଜ୍ୟରେ  କରୋନାରେ ୪୬୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ଟିଭ ମାମଲା ରହିଛି ୩୧ ହଜାରରୁ ଅଧିକ । ଯଦିଓ ୭୨ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତଥାପି ରାଜ୍ୟବାସୀଙ୍କ ପାଇଁ ବିପଦ କମିନି । ତେଣୁ ମୁଖ୍ୟମନ୍ତ୍ରୀ ନିତୀଶ ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଏ ଲଡକାଉନରେ ସାମାନ୍ୟ କୋହଳ ନୀତି ଅବଲମ୍ଭନ କରାଯିବ । ଯଦିଓ ପୂର୍ବପରି ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ ତଥାପି ଦେକାନ-ବଜାରକୁ ଆବଶ୍ୟକ ପ୍ରତିବନ୍ଧକ ସହିତ ପରିଚାଳନା କରିବାକୁ ଅନୁମତି ଦିଆଯିବ । ହେଲେ ସପିଙ୍ଗ୍ ମଲ୍, ଧର୍ମାନୁଷ୍ଠାନ ଆଦି ଖୋଲିବାକୁ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *