ବୁଧବାର ଦିନ ସକାଳେ ବିଜେପି ନେତା ଖୁସବୁ ସୁନ୍ଦର ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଭେଲ ଯାତ୍ରା ଯିବା ସମୟରେ ମେଲମାରୁଭାଥୋରରେ ଏକ ଦ୍ରୁତଗାମୀ ଟ୍ୟାଙ୍କର୍ ତାଙ୍କ କାରକୁ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରେ ବିଜେପି ନେତା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ଆହତ ହୋଇନାହାନ୍ତି ।
ସୋସିଆଲ ମିଡ଼ିଆରେ ଟ୍ଵିଟ୍ କରି ଖୁସବୁ କହିଛନ୍ତି ଯେ ‘ମେଲମାରୁଭାଥୋର ନିକଟରେ ମୋ ସହିତ ଏକ ବିରାଟ ସଡ଼କ ଦୁର୍ଘଟଣା ହେଲା । ଗୋଟିଏ ଟ୍ୟାଙ୍କର୍ ଆସି ଆମ କାରକୁ ପିଟି ଦେଲା । ଆପଣମାନଙ୍କ ଆଶୀର୍ବାଦ ଏବଂ ଈଶ୍ଵରଙ୍କ କୃପାରୁ ମୁଁ ସୁରକ୍ଷିତ ଅଛି । ଭେଲ ଯାତ୍ରାକୁ ଯିବି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଭଗବାନ ଆମକୁ ରକ୍ଷା କରିଛନ୍ତି । ମୋ ସ୍ୱାମୀଙ୍କର ଭଗବାନଙ୍କ ଉପରେ ପ୍ରଗାଢ ବିଶ୍ୱାସ ଯାହା ଆଜି ଦେଖିବାକୁ ମିଳିଲା ।

ସୂଚନା ଅନୁଯାୟୀ ବିଜେପି ନେତାମାନେ ଭେଲ ଯାତ୍ରାରେ ଯୋଗଦେବାକୁ କୁଡାଲୋର ଯାଉଥିଲେ । ଯିବା ସମୟରେ ସୁନ୍ଦରଙ୍କ ସହିତ ଏ ଦୁର୍ଘଟଣା ଘଟିଥିଲା । ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କର୍ମୀମାନେ ଏଠାରେ ଏକ ଯାତ୍ରା କରୁଛନ୍ତି । ତେବେ ଦୁର୍ଘଟଣାର କିଛି ସମୟ ପରେ ଖୁସବୁ ଯାତ୍ରା ଅଭିମୁଖେ ବାହାରିଗଲେ । ସେ କହିଛନ୍ତି ଯେ ଏ ଦୁର୍ଘଟଣା ପାଇଁ ମୁଁ ନୁହେଁ ସେ ଟ୍ୟାଙ୍କର ଡ୍ରାଇଭର ଦାୟୀ ।