ବିଚିତ୍ର ! ଲକଡାଉନ ଭିତରେ ରାସ୍ତାରେ ମହିଳାଙ୍କୁ ଅଟକାଇବା ଯୋଗୁ ଜଣେ ପୋଲିସ ଅଫିସରଙ୍କୁ ସେ ଚାଟି ଦେଲେ

କୋଲକାତା : ଭାରତରେ ବି କରୋନାଭାଇରସର ପ୍ରକୋପ କମ ନାହିଁ । ସରକାରଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ କିଛି ନାଗରିକ କରୋନାଭାଇରସ ରୋକିବା ପାଇଁ ନିଆଯାଇଥିବା ଲକଡାଉନର ଗମ୍ଭୀରତାକୁ ଏପର୍ଯ୍ୟନ୍ତ ଅନୁଭବ କରିନାହାନ୍ତି ଆଉ ଛଇ ଦେଖଉଛନ୍ତି ।

କୋଲୋନାଭାଇରସ କାରଣରୁ କଲିକତା ଜେଲରେ ଅନ୍ତେବାସୀ-କାରାଗାରର ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସେଥିରେ ଅନେକ ଆହତ ବି ହୋଇଛନ୍ତି । କିନ୍ତୁ ତା ଭିତରେ ଘଟିଯାଇଛି ଗୋଟେ ବିଚିତ୍ର ଘଟଣା ।

କୋଲକାତାର ଜଣେ ଯୁବତୀ କରୋନାଭାଇରସ ବିସ୍ତାରକୁ ରୋକିବା ପାଇଁ ଚାଲିଥିବା ତାଲାବନ୍ଦ ରାସ୍ତାକୁ ବାହାରିଥିଲେ । ତାଙ୍କ କ୍ୟାବକୁ ଅଟକାଇବା ପରେ ସେ ୟୁନିଫର୍ମକୁ ଥିବା ଜଣେ ପୋଲିସ ଅଫିସରଙ୍କୁ ଚାଟି ପକେଇଥିଲେ ।

https://twitter.com/ShoaibDaniyal/status/1242768875676004352?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1242768875676004352&ref_url=https%3A%2F%2Fwww.india.com%2Fviral%2Fbizarre-kolkata-woman-licks-a-cop-for-stopping-her-on-the-streets-amid-coronavirus-lockdown-watch-3981433%2F

ଭାଇରାଲ ହୋଇଥିବା ଏହି ଘଟଣାର ଭିଡିଓରେ ସ୍ପଷ୍ଟ ଦିଶୁଛି ଯେ ପୋଲିସ ଅଫିସର ସଲ୍ଟ୍ ଲେକ୍ ଅଞ୍ଚଳରେ ଗନ୍ତବ୍ୟସ୍ଥଳ ଜାଣିବାକୁ ଗୋଟେ ଗାଡ଼ିକୁ ଅଟକାଇଲେ । କାହିଁକି ରୋକାଗଲା ଗାଡ଼ିକୁ ବୋଲି ମହିଳା ଜଣଙ୍କ ରାଗି ଯାଇ କାର ଭିତରୁ ବାହାରି ଆସି ଗାଳିଗୁଲଜ କରିଥିଲେ ପୋଲିସ ଅଫିସର ଜଣଙ୍କୁ । ଦୁର୍ବ୍ୟବହାର କାହିଁକି କରୁଛନ୍ତିର ଉତ୍ତରରେ ମହିଳା ଜଣକ କେବଳ ଯୁକ୍ତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସୁଫଳ ମିଳି ନଥିଲା । ଆଶ୍ଚର୍ଯ୍ୟର କଥା ଯେ ସେ ପୋଲିସ ପାଖକୁ ଦୌଡ଼ି ଆସି ଜିଭ କାମୁଡ଼ି ତାଙ୍କ ୟୁନିଫର୍ମକୁ ଚାଟି ଦେଲେ । ଏହି ସମୟରେ ମହିଳାଙ୍କୁ ସାଙ୍ଗରେ ନେଇ ଯାଉଥିବା ଜଣେ ବ୍ୟକ୍ତି ଗାଡ଼ିରୁ ଓହ୍ଲାଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

Leave a Reply

Your email address will not be published. Required fields are marked *