ଭୁବନେଶ୍ୱର : ମଇ ୧୦ ତାରିଖରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ହୋଇଛି । ଅପ୍ରେଲ ୩୦ ତାରିଖରୁ ସେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ।
ଯକୃତ କ୍ୟାନସରରେ ପୀଡ଼ିତ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆର ଏସ ଏସରେ ପ୍ରାୟ ୩୦ ବର୍ଷ କାମ କଲାପରେ ବିଜେପିରେ ଯୋଗ ଦେଇଥିଲେ ସୁବାସ । ମାତ୍ର ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ି ଯୋଗଦେଇଥିଲେ ସେ ।