ତିର୍ତ୍ତୋଲରେ ଶୁଭିଲା ‘ଶଙ୍ଖ’: ଉଡ଼ିଲା ବିଜେଡ଼ିର ବିଜୟ ଧ୍ଵଜା

ବିରୋଧୀ ବିଜେପି ଏବଂ କଂଗ୍ରେସକୁ ପଛରେ ପକାଇ ତିର୍ତ୍ତୋଲରେ ବିଜୟ ଧ୍ଵଜା ଉଡ଼ାଇଛି ବିଜେଡ଼ି । ଶୁଭିଛି ସେଠି ଶଙ୍ଖ । ତିର୍ତ୍ତୋଲ ଉପ-ନିର୍ବାଚନରେ ଆଉଥରେ ଜିତିଛି ବିଜେଡ଼ି ଏବଂ ଜଗତସିଂହପୁରର ତିର୍ତ୍ତୋଲ ଗଡ଼କୁ ଅତୁଟ ରଖିଛନ୍ତି ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ । ଯୁବ ନେତା ବିଜୟ ଦାସ ମତଦାତାଙ୍କ ଆସ୍ଥା ହାତେଇବାରେ ସଫଳ ହୋଇଛନ୍ତି କହିଲେ ଭୁଲ ହେବନି ।

ସୂଚନା ଥାଉ ଯେ ବିଜୟ ଲାଭ କରିଥିବା ଯୁବ ନେତା ବିଜୟ ଶଙ୍କର ଦାସ ଦିଗଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅ । ବର୍ଷ ବର୍ଷ ଧରି ବିଷ୍ଣୁ ଦାସଙ୍କ ଲୋକପ୍ରିୟତାକୁ କାଟିବା ସହଜ ନଥିଲା କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ ଏବଂ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କ ପାଇଁ । ଏହାସହିତ ଏହି ଉପ-ନିର୍ବାଚନର ଫଳାଫଳରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାର ବି ମିଳିଛି ଅନ୍ୟ ଏକ ପ୍ରମାଣ ।

ଭୋଟ ଗଣତିରେ ବିଜେଡ଼ି ପାର୍ଥୀ ବିଜୟ ଦାସ, ହିମାଂଶୁ ମଲ୍ଲିକ ଓ ରାଜ କିଶୋର ବେହେରାଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି । ଏମିତିକି ନିର୍ବାଚନର ଆନୁଷ୍ଠାନିକ ଫଳାଫଳ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲରେ ଉଡୁଥିଲା ବିଜେଡ଼ିର ବିଜୟ ଧ୍ଵଜା ।

Leave a Reply

Your email address will not be published. Required fields are marked *