ଆଖି ତାଡ଼ି ଦେବି କହିଲେ ଏହି ବିଧାୟକ, ଅଡ଼ିଓ କ୍ଲିପ୍ ହେଲା ଭାଇରାଲ୍‌ : ପଢନ୍ତୁ ପୁରା ରିପୋର୍ଟ

ଦେଶର ସ୍ଥିତି ଯାହା ଥାଉ ପଛେ ରାଜନୀତି ମାହୋଲ ସବୁବେଳେ ସରଗରମ । ଏଇ କେତେ ମାସ ହେବ ମଧ୍ୟପ୍ରଦେଶରେ  ରାଜନୀତିକୁ ନେଇ ଆରୋପ-ପ୍ରତ୍ୟୋରୋପ କାର୍ଯ୍ୟକ୍ରମ ବି ଅବ୍ୟାହତ ରହିଛି । ହେଲେ ମଧ୍ୟପ୍ରଦେଶ ରାଜନୀତିରେ ଏବେ ଆଉ ଏକ ଚର୍ଚ୍ଚାରେ ଜୋର୍ ଧରିଛି ଓ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭାଇରାଲ ଅଡ଼ିଓ କ୍ଲିପ୍ କାଳେ ବିଧାୟକ ଇମ୍‌ରତି ଦେବୀଙ୍କର ବୋଲି ଅନେକେ ଦାବି କରୁଛନ୍ତି ।

ଅଡ଼ିଓଟିରେ ଇମ୍‌ରତି ଦେବୀ କୁଆଡ଼େ ନିଜର ଜଣେ ପୂର୍ବତନ ସମର୍ଥକଙ୍କୁ ଧମକାଉଛନ୍ତି । ଜ୍ୟୋତିରାଦିତ୍ୟ  ସିନ୍ଧିଆଙ୍କ ସମର୍ଥକ ଇମ୍‌ରତି ଦେବୀଙ୍କ ଧମକ ଭିତରେ ରହିଛି ଆଖି ତାଡ଼ିଦେବା ଭଳି ଧାଡ଼ି ଯଦିଓ ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିପାରି ନାହିଁ । ହେଲେ କେତେଗୁଡ଼ିଏ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବାର ଲାଗିଛି ।

ଅଡ଼ିଓ କ୍ଲିପ୍‌ରେ ଇମ୍‌ରତି ଦେବୀ କହୁଛନ୍ତି ଯେ ଯାହା ବିରୋଧ କରିବା କଥା କର । ମୋତେ ଜାଣିଛ ? ଦୁଇ ଆଖି ଫୁଟେଇ ଦେବି । ସୂଚନାଯୋଗ୍ୟ ଯେ, ଇମ୍‌ରତି ଦେବୀ ମଧ୍ୟପ୍ରଦେଶର କଂଗ୍ରେସ ଅଧକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାରରେ ସାମିଲ ଥିଲେ ଓ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ସିନ୍ଧିଆଙ୍କ ଜଣେ ବଡ଼ ସମର୍ଥକ ବୋଲି ମନେ କରାଯାଏ । ଚଳିତ ବର୍ଷ ସିନ୍ଧିଆ କଂଗ୍ରେସ ଛାଡିଦେଇଥିଲେ ଓ ପରେ ଏମାନେ ମଧ୍ୟ କଂଗ୍ରେସ ଛାଡି ସିନ୍ଧିଆଙ୍କ ସହିତ ବିଜେପିରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *