ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ ମିଡ଼ିଆରେ ଏକ ଟ୍ଵିଟ କରି ଚର୍ଚ୍ଚାକୁ ଆସିଛନ୍ତି । ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜମା ଦେଇଛନ୍ତି ଓ ତାଙ୍କର କିଛି ଫଟୋ ଟ୍ୱିଟରରେ ଟ୍ଵିଟ୍ କରି ପୋଷ୍ଟ କରିଛନ୍ତି । କିନ୍ତୁ ଏଇଠି ପ୍ରଶ୍ନ ଉଠେ ତେବେ କ’ଣ ସମ୍ବିତ ପାତ୍ର କରୋନା ପଜିଟିଭ ଥିଲେ !
ସୂଚନା ଅନୁଯାୟୀ ଗତ ମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା, ଫଳରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେ କରୋନା ପଜିଟିଭ ଥିଲେ କି ନା ସେ ବିଷୟରେ କୌଣସି ସୂଚନା ନାହିଁ । ମାତ୍ର କିଛି ଦିନ ପରେ ଚିକିତ୍ସା ହେଇ ହସ୍ପିଟାଲରୁ ଡିସଚାର୍ଜ ହେଇଥିଲେ । ହେଲେ ଆଜି ସମ୍ବିତ ପାତ୍ରା ପ୍ଲାଜମା ଦେଇ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ ଓ ଚିକିତ୍ସା ପରେ ସୁସ୍ଥ ହୋଇଥିବା କଥା ଖୁଲାସା କରିଛନ୍ତି ।
ନିଜେ ଟ୍ୱିଟ୍ କରି କହିଛନ୍ତି ସମ୍ବିତ ପାତ୍ର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ସେବା ମନୋଭାବର ମନ୍ତ୍ର ଦେଇଛନ୍ତି । ସେହି ପ୍ରେରଣାରୁ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଶୀର୍ବାଦ ନେଇ ସେ ନିଜର ପ୍ଲାଜମା ଦାନ କରିଛନ୍ତି । ସେ ଅନୁରୋଧ କରି ଆହୁରି ବି କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇ ଫିଟ୍ ଥିବା ଲୋକମାନେ ନିଜର ପ୍ଲାଜମା ଦିଅନ୍ତୁ ।