ସଂସ୍କାର : ‘କଂଗ୍ରେସ ମୁକ୍ତ ଭାରତ’ ହେଉଛି ମମତା ବାନାର୍ଜୀ ଏବଂ ବିଜେପିର ମୁଖିଆ ନରେନ୍ଦ୍ର ମୋଦିଙ୍କର ସ୍ୱପ୍ନ। ଏକଥା ଆମେ କହୁନୁ। ନିକଟରେ ଏହି ଧାଡିଟି ଦେଶର ରାଜନୀତିରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଗୋଟିଏ ଧାଡି ବାକ୍ୟଟି ମୋଦି ଆଉ ମମତାଙ୍କର ଭିତିରି କଥାକୁ ପଦାରେ ପକାଇଛି। ଖାଲି ମିଛି ମିଛିକା ଦୁହେଁ ମିଡ଼ିଆ ଆଉ ଜନସାଧାରଣଙ୍କ ସମ୍ମୁଖରେ ନାଟକ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଆରଏସଏସ ସହିତ ଜଡିତ ଏକ ବଙ୍ଗୀୟ ପତ୍ରିକାରେ ଏହି ଦାବି କରାଯାଇଛି। ଏହି ଦାବି ସହିତ ଜଡିତ ଏକ ଆର୍ଟିକଲ୍ ଯାହାର ନାମ ‘ସ୍ବସ୍ତିକା’ ସେଠାରେ ଲେଖାଯାଇଛି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏହାକୁ ଆନୁଷ୍ଠାନିକ ଭାବେ ଭିତ୍ତିହୀନ ବୋଲି କହିଛି। ସେହିଭଳି ତୃଣମୂଳ କଂଗ୍ରେସ ମଧ୍ୟ ଏହି ଚୁକ୍ତିନାମା କଥାକୁ ଭିତ୍ତିହୀନ ବୋଲି କହିଛି। ଆଉ କିନ୍ତୁ ଜାତୀୟ କଂଗ୍ରେସ ଦଳ ଏସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ କହିଛି ଯେ ବର୍ତ୍ତମାନ ସେମାନଙ୍କ ( ମୋଦି – ମମତା ) ମୁଖା ଖୋଲୁଛି।

ଏହି ଆର୍ଟିକଲ୍ ଟି ନିର୍ମଳ ମୁଖୋପାଧ୍ୟାୟଙ୍କ ଦ୍ୱାରା ଲେଖାହୋଇଛି। ଏହି ଲେଖାଟି ଡିସେମ୍ବର ୧୩ରେ ପ୍ରକାଶିତ ହୋଇଥିବା ପତ୍ରିକାରେ ଲେଖାହୋଇଛି। ମମତା କ’ଣ ଇତିହାସ ଲିଭାଇବାକୁ ଚାହୁଁଛନ୍ତି? କଣ ମମତା ନିବେଶକମାନଙ୍କୁ କଷ୍ଟ ଦେବା ପାଇଁ କିମ୍ବା ସୋନିଆକୁ ଧୋକା ଦେବାକୁ ଚାହୁଁଛନ୍ତି ? ତେବେ ଏହି ଆର୍ଟିକଲ୍ ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀଙ୍କ ଉପରେ ଆଧାରିତ ଥିଲା। ନିକଟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମମତାଙ୍କର ହୋଇଥିବା ବୈଠକକୁ ନେଇ ଏହି ଆର୍ଟିକିଲରେ ଉଲେଖ୍ୟ କରାଯାଇଛି । ତେବେ ଏହି ମିଟଅପ୍ ରେ ଉଭୟେ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ବିଷୟରେ ଆଲୋଚନା କରିଥିଲେ ବୋଲି ଦାବି ହୋଇଛି।

ଏହି ଆର୍ଟିକଲ୍ ରେ ଲେଖକ ଲେଖିଛନ୍ତି ଯେ, ‘ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ହେଉଛି କଂଗ୍ରେସମୁକ୍ତ ଭାରତ ଗଠନ। କିନ୍ତୁ ମୋତେ ଲାଗୁଛି ଯେ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କର ଏହି ସ୍ୱପ୍ନରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି। ସେଥିପାଇଁ ସେ ଇତିହାସ ଲିଭାଇବାକୁ ଚାହୁଁଛନ୍ତି। ଲେଖକ ଏହା ମଧ୍ୟ ଲେଖିଛନ୍ତି ଯେ ମମତା ବାନାର୍ଜୀ ବର୍ତ୍ତମାନ ତାଙ୍କ ଶତ୍ରୁ ତଥା ପରିଚିତ ପ୍ରତିଦ୍ୱନ୍ଦୀଙ୍କୁ ତାଙ୍କ ନିକଟତର କରୁଛନ୍ତି।

ତେବେ ଏହି ଲେଖା ଉପରେ ତୃଣମୂଳ କଂଗ୍ରେସ ଆଉ ବିଜେପି କିଛି ବି ପ୍ରତିକ୍ରିୟା ଦେବାକୁ ମନାକରିଥିବା ବେଳେ , କଂଗ୍ରେସ କହିଛି ଯେ, ଏମାନଙ୍କର ମୁଖା ବର୍ତ୍ତମାନ ଖୋଲିବାରେ ଲାଗିଛି। କଂଗ୍ରେସ ଦଳର ନେତା ପ୍ରଦିପ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବର୍ତ୍ତମାନ ଏମାନଙ୍କର ରହସ୍ୟ ଉନ୍ମୋଚିତ ହେଉଛି। ଆମେ ଦୀର୍ଘ ଦିନ ଧରି କହିଆସୁଛୁ ଯେ ବିଜେପି ଏବଂ ଟିଏମସି ମଧ୍ୟରେ ପାରସ୍ପରିକ ଚୁକ୍ତି ରହିଛି ଏବଂ କଂଗ୍ରେସକୁ ଧ୍ୱଂସ କରିବା ପାଇଁ ଉଭୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମେ କହି ରଖୁଛୁ ସେମାନେ କେବେବି ସଫଳ ହେବେ ନାହିଁ।