ସଂସ୍କାର : ଝାଡ଼ଖଣ୍ଡ ରାଜ୍ୟର ବିଜେପି ବିଧାୟକ ନାରାୟଣ ଦାସଙ୍କ ନୂଆ ଅବତାର। ନୂଆ ଅବତାରରେ ବିଧାନସଭା ସମ୍ମୁଖରେ ହଙ୍ଗାମା କଲେ ନାରାୟଣ। ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ଦିନ ଶିବ ଅବତାରରେ ହଙ୍ଗାମା କରିଥିଲେ ନାରାୟଣ। ଗୋଟିଏ ପଟେ ନମାଜ ପାଇଁ କୋଠରୀ ଆବଣ୍ଟନକୁ ନେଇ ସମସ୍ତ ବିଜେପି ବିଧାୟକ ଖୁବ ହଙ୍ଗାମା କରୁଥିବା ବେଳେ, ଅନ୍ୟପଟେ ବୈଦ୍ୟନାଥ ଧାମ ମନ୍ଦିର ଖୋଲିବା ନେଇ ଦାବି ଉପସ୍ଥାପନା କରି ବିଜେପି ବିଧାୟକ ନାରାୟଣ ଦାସ ଡମ୍ବରୁ ବଜାଇ ବଜାଇ ବିଧାନସଭାରେ ପହଞ୍ଚିଥିଲେ। ଆଉ ବିଧାନସଭାରେ ପହଂଚି ସେ କହିଥିଲେ ଯେ କୋଭିଡ ମାମଲା ହ୍ରାସ ପାଇବା ସତ୍ତ୍ୱେ ସରକାର ମନ୍ଦିର ଖୋଲିବାକୁ ଆଦେଶ ଜାରି କରୁନାହାନ୍ତି କାହିଁକି? ଏହା ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସ ସହିତ ଖେଳୁଛନ୍ତି ଶୋରନ୍ ସରକାର।
ଗୃହର କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବରୁ ବିଜେପି ବିଧାୟକ କହିଥିଲେ ଯେ ଦେଓଘର ନଟରାଜଙ୍କ ନଗରୀ। ଏହା ମହାଦେବଙ୍କ ବାସସ୍ଥାନ। ବାବା ବୈଦ୍ୟନାଥ ଧାମ କେବଳ ଦେଓଘର ପାଇଁ ଆସ୍ଥାର କେନ୍ଦ୍ର ନୁହେଁ ବରଂ ସାରା ଦେଶର ଆସ୍ଥା ଓ ବିଶ୍ୱାସ ଏହି ମନ୍ଦିର ସହ ଜଡିତ। ଏହି ମନ୍ଦିରରୁ ଅନେକ ଲୋକ ନିଜର ପେଟ ପୋଷନ୍ତି। ଫୁଲ ଦୋକାନୀ, ପୂଜା ସାମଗ୍ରୀ ଦୋକାନ ହେଉ, ହୋଟେଲ ହେଉ କିମ୍ବା ପୁରୋହିତ ସମାଜର ଲୋକ ହୁଅନ୍ତୁ, ସମସ୍ତଙ୍କ ରୋଜଗାର ମନ୍ଦିର ସହ ଜଡିତ। ଏ ସମସ୍ତଙ୍କ ଜୀବନ ମନ୍ଦିର ଉପରେ ନିର୍ଭରଶୀଳ।
ସେ କହିଛନ୍ତି, ଗତ ୫ ମାସ ହେଲା ସୋରେନ ସରକାର ମନ୍ଦିର ବନ୍ଦ ରଖିଛନ୍ତି। କାଲି ଏଠାରେ ଶିବଙ୍କ ରୂପରେ ତାଣ୍ଡବ ପ୍ରସ୍ତୁତ କରାଯାଇଥିଲା। ଆଜି ପୁଣି ସରକାରଙ୍କୁ ଚେତାବନୀ ଦେଉଛୁ, ଶୀଘ୍ର ମନ୍ଦିର ଖୋଲନ୍ତୁ। ଯଦି ମନ୍ଦିର ଶୀଘ୍ର ଖୋଲା ନ ଯାଏ ତାହେଲେ ଦେଓଘରରେ ଆନ୍ଦୋଳନ ହେବ।