କରୋନା ପରେ ଆସିଲା ଆଉ ଏକ ନୂଆ ସଙ୍କଟ : ରୁଷରେ ରକ୍ତ ପିଉଥିବା କୀଟଙ୍କ ଆକ୍ରମଣ

ରୁଷର ଏକ ଅଞ୍ଚଳର ଲୋକେ ପୂର୍ବରୁ କରୋନା ସହିତ ଲଢୁଥିଲେ ଏବେ ରକ୍ତ ପିଉଥବା ଏକ ନୂଆ କୀଟ ସହିତ । ଏ କୀଟ କାମୁଡ଼ିବା ପରେ ସ୍ଥାନୀୟ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡୁଛି । ରୁଷର ସରକାରୀ ତଥ୍ୟ ଅନୁସାରେ ଏହି କୀଟ ସାମାନ୍ୟରୁ ୪୨୮ ଗୁଣା ଅଧିକ ବୃଦ୍ଧି ପାଇଛନ୍ତି ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମିଡ଼ିଆ ଇନଷ୍ଟିଚ୍ୟୁଟ୍ ଜିୱେଜ୍ଦା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ରୁଷର ସାଇବେରିଆ ଅଞ୍ଚଳରେ ଏହି କୀଟଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଏହି କୀଟଗୁଡିକ ଛୋଟ ସ୍ପାଇଡର୍ ଭଳି ଦେଖିବାକୁ କିନ୍ତୁ ଏଗୁଡ଼ିକ ମ୍ୟୁଟେଣ୍ଟ ଅର୍ଥାତ ପରିବର୍ତ୍ତିତ ରୂପ ବା ଆକାରର । ତେଣୁ ଅଧିକ ବିପଜ୍ଜନକ । ସାଇବେରିଆର ହସ୍ପିଟାଲ ଏବେ ଏହି କୀଟ କାମୁଡ଼ା ରୋଗୀରେ ଭର୍ତ୍ତି । ଔଷଧ ଓ ଟିକା ଅଭାବରୁ ରୋଗୀ ସଂଖ୍ୟା ବଢି ଚାଲିଛି ବୋଲି ଡେଲି ମେଲ୍ ୱେବସାଇଟ୍ ଦ୍ୱାରା ସୂଚନା ମିଳିଛି ।

ଏହି କୀଟର ଗୋଟେ ପ୍ରଜାତି ଯୋଗୁ ୨୦୧୫ ରେ ରୁଷରେ ଏନସେଫାଲାଇଟିସ୍ ବ୍ୟାପିଗଲା, ଫଳରେ ପ୍ରାୟ ଦେଢ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି କୀଟ ହେତୁ ଏହି ଅଞ୍ଚଳରେ ଲାଇମ୍ ରୋଗ ବ୍ୟାପିଥିଲା । ଏହି କୀଟ ଯୋଗୁ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ୟା ହେଉଛି କରୋନା ଭାଇରସ । କେବଳ କରୋନା ଭାଇରସ କାରଣରୁ ଅନେକ ହସ୍ପିଟାଲଗୁଡ଼ିକର ବ୍ୟବସ୍ଥା ବି ବଦଳି ଯାଇଛି ।

ମଧ୍ୟ ରୁଷର କ୍ରାସ୍ନୋୟାର୍ସ୍କ ଠାରେ ଏହି କୀଟ କାମୁଡ଼ିବା ମାମଲା ସଂଖ୍ୟା ୮୨୧୫ ଥିବାବେଳେ ସେଥିମଧ୍ୟରୁ ୨୧୨୫ ଜଣ କେବଳ ଶିଶୁ । କ୍ରାସ୍ନୋୟାର୍ସ୍କର ପ୍ରତି ବର୍ଗ କିଲୋମିଟର ପିଛା ୨୧୪ ଜଣ ଏହି କୀଟ କାମୁଡ଼ାରେ ଆକ୍ରାନ୍ତ ଏବଂ ନିରାପଦ ତଥା ସାଧାରଣ ସଂଖ୍ୟା ହେଉଛି ୦.୫ ।

ଏହି କୀଟ ଲାଇମ୍ ରୋଗ, ଏନସେଫାଲାଇଟିସ୍ ମାଧ୍ୟମରେ ମସ୍ତିଷ୍କ, ଅସ୍ଥି, ଗଣ୍ଠି, ହୃଦୟ ଏବଂ ସ୍ନାୟୁପ୍ରଣାଳୀକୁ ଆକ୍ରମଣ କରଥାନ୍ତି । ଏହି କୀଟରେ ଦୁଇଟି ସାଧାରଣ ରୁଷୀୟ କୀଟଙ୍କ ମ୍ୟୁଟେସନ ଅଛି । ଏହି ରୁଷୀୟ କୀଟ ଟାଇଗା ଟିକ ଏବଂ ଫାର ଇଷ୍ଟର୍ନର ମିଶ୍ରିତ ତଥା ବିପଜ୍ଜନକ ରୂପ ।

Leave a Reply

Your email address will not be published. Required fields are marked *