ଆଖିରୁ ରକ୍ତ ବହେ ଏହି ୨୫ ବର୍ଷୀୟ ଯୁବତୀଙ୍କର : ଜାଣିଲା ପରେ ଉଡ଼ିଗଲା ସମସ୍ତଙ୍କର ହୋସ୍

ପ୍ରତ୍ୟେକ ମହିଳାଙ୍କର ପିରିୟଡସ୍ ସମୟରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିଥାନ୍ତି । କାହାର ପେଟରେ ତୀବ୍ର ଯନ୍ତ୍ରଣା ହୁଏ ତ କାହା ପେଟ ଫୁଲି ଯାଏ । କେହି କେହି ହାତ ଓ ପାଦରେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ କାହାର ଭୋକ ମରିଯାଏ । କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟ ଯୁବତୀଙ୍କ ପିରିୟଡସ୍ ସମୟରେ ତାଙ୍କ ଆଖିରୁ ରକ୍ତସ୍ରାବ ହେବା ସମସ୍ତଙ୍କୁ ଚକିତ କରିଛି ।

British Medical Journal ରେ ପ୍ରକାଶିତ ହୋଇଥିବା ଏହି ଘଟଣାଟି ଅନୁଯାୟୀ ୫ ବର୍ଷ ପୂର୍ବେ ଯୁବତୀଙ୍କ ଆଖିରୁ ରକ୍ତସ୍ରାବ ହୋଇଥିଲା । ଏନେଇ ସେ ଡାକ୍ତରଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ । ଆଖିରୁ ରକ୍ତସ୍ରାବ ହେବା ସମୟରେ କୌଣସି ପ୍ରକାର ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟାର ସେ ସାମ୍ନା କରୁନଥିଲେ । ଏମିତି ତାଙ୍କ ସହିତ ୨ ଥର ଘଟିଥିଲା ​​। ଅନେକ ପରୀକ୍ଷା କରିବା ପରେ ମଧ୍ୟ ଡାକ୍ତରମାନେ ଏହି ଅଦ୍ଭୁତ ସମସ୍ୟା ବୁଝି ପାରିନଥିଲେ ।

ଏହି ମାମଲାକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରିବା ପରେ ଡାକ୍ତରମାନେ ବୁଝିବାକୁ ସକ୍ଷମ ହେଲେ ଯେ କେବଳ ପିରିୟଡସ୍ ସମୟରେ ଉକ୍ତ ଯୁବତୀଙ୍କ ଆଖିରୁ ରକ୍ତସ୍ରାବ ହେଉଥିଲା । ଅନେକ ପରୀକ୍ଷା ଏବଂ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ ଏହି ବିରଳ ଅବସ୍ଥା ହେଉଛି ‘Ocular Vicarious Menstruation’ । ଏହାଦ୍ଵାରା ଗର୍ଭାଶୟ ବ୍ୟତୀତ ଅନ୍ୟ ଅଙ୍ଗରୁ ମଧ୍ୟ ରକ୍ତ ଝରିଥାଏ । ଏହି ରକ୍ତସ୍ରାବ ଓଠ, ଆଖି, ଫୁସଫୁସ, ପେଟ ଏବଂ ନାକରୁ ମଧ୍ୟ ହୋଇପାରେ ।

ତେବେ ଏହି ଯୁବତୀଙ୍କର Ocular Vicarious Menstruation ର କୌଣସି ପାରିବାରିକ ଇତିହାସ ନଥିଲା । ଏହି କାରଣରୁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମହିଳା ୩ ମାସର ହରମୋନାଲ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିଲେ । ଏହା ଅତ୍ୟନ୍ତ ବିରଳ ପରିସ୍ଥିତି ଯାହାକୁ Bloody Tears ନାମରେ ବି ଜଣାଯାଏ ।

Leave a Reply

Your email address will not be published. Required fields are marked *