ବିବାଦୀୟ ବିଧାୟକ ସୁଶାନ୍ତ ସିଂଙ୍କୁ ଏମିତି ସବୁ ଆଶ୍ୱାସନା ଦେଉଛନ୍ତି ବବି ଦାଶ, ପଢ଼ନ୍ତୁ ରିପୋର୍ଟ

ସଂସ୍କାର: ନିକଟରେ ବିଜେଡିର ନୂଆ ପାର୍ଟି ଅଫିସ ଲୋକାର୍ପଣ ହୋଇଛି। ଏହି ଅବସରରେ ଯୋଗ ଦେଇଥିଲେ ବିଜେଡି ଦଳର ବହୁ ମାଳମାଳ ନେତା । ଆଉ ଏଥିରେ ଦେଖିବାକୁ ମିଳିଥିଲା ବିବାଦୀୟ ବିଧାୟକ ସୁଶାନ୍ତ ସିଂଙ୍କୁ । ଆଉ ସୁଶାନ୍ତ ପ୍ରବେଶ କରୁଛନ୍ତି କାର୍ଯ୍ୟାଳୟକୁ ଆଉ ତାଙ୍କୁ ବାରମ୍ବାର କୋଳାଇ ନେଉଛନ୍ତି ଯାଜପୁର ବିଧାୟକ ତଥା ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ଅନେକ କଥା ଏବେ ସାଧାରଣରେ ଆଲୋଚନା ହେଉଛି।

ବିଜେଡି ବିଧାୟକ ତଥା ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭଟଲି ବିଧାୟକ ସୁଶାନ୍ତ ସିଂକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଏମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏପରିକି ନବଙ୍କ ହତ୍ୟା ପଛରେ ଏମାନଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ଆଣିବା ସହ ଏମାନଙ୍କ ମୋବାଇଲ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ବିରୋଧୀ କଂଗ୍ରେସ ଏବଂ ବିଜେପି।

ଅଭିଯୋଗ ହେଉଥିଲା ନବଙ୍କ ବ୍ୟବସାୟ ସାମ୍ରାଜ୍ୟ ଭିତରକୁ କେହି ପ୍ରବେଶ କରି ପାରୁନଥିଲେ । ଆଉ ଏଥିପାଇଁ ନବ ଓ ସୁଶାନ୍ତଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଆଉ ନବଙ୍କ ହତ୍ୟା ପଛରେ ଏସବୁ ଅନେକ କାରଣ ଥାଇ ପାରେ ବୋଲି ବିଭିନ୍ନ ସମୟରେ ବିରୋଧୀ ଅଭିଯୋଗ କରିଆସିଛନ୍ତି। ଏପରିକି ନବଙ୍କ ପରିବାର ମଧ୍ୟ ସୁଶାନ୍ତଙ୍କୁ ଝାରସୁଗୁଡାରେ ବଡ ଭୂମିକା ନଦେବାପାଇଁ ଜିଦ୍ ଧରିଥିବା ଚର୍ଚ୍ଚା ହେଉଥିଲା। ପଦ୍ମପୁର କ୍ରେଡି୍ଟ ନେଉଥିବା ବାହୁବଳୀ ସୁଶାନ୍ତଙ୍କୁ ଝାରସୁଗୁଡା ଉପନିର୍ବାଚନରେ କୌଣସି ଦାୟିତ୍ବ ମିଳିନଥିଲା। ସବୁଠି ସମାଲୋଚନା ହେବାପରେ କେବଳ ସୁଶାନ୍ତଙ୍କୁ ପ୍ରଚାରକ ତାଲିକାରେ ସାମିଲ କରାଯାଇଥିଲା।

Leave a Reply

Your email address will not be published. Required fields are marked *