ପୋଲିସ ଆସିଲାକ୍ଷଣି ବରକନ୍ୟା ହାତ ଧରାଧରି ହେଇ ଦୌଡ଼ିବାକୁ ଲାଗିଲେ : ବରଯାତ୍ରୀ ହୋଟେଲରୁ ଫେରାର ଏବଂ ଅନେକେ ଲୁଚିଲେ ATM ରେ

କରୋନା ସଂକ୍ରମଣ ବଢିବା କାରଣରୁ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ରାଜ୍ୟର ଅନେକ ଜିଲ୍ଲା ମଧ୍ୟ ଅଛି ଯେଉଁଠାରେ ରେକର୍ଡ ଭାଙ୍ଗୁଥିବା କରୋନା ମାମଲା ସାମ୍ନାକୁ ଆସିଛି । କୋଭିଡ଼ ମାମଲା ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଥିବା ବେଳେ ପୋଲିସ ମଧ୍ୟ ଏହାର କଡ଼ାକଡ଼ିରେ କୌଣସି କୋହଳ ନିତି ଆପଣାଉ ନାହିଁ । ହେଲେ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଘଟଣା ଯେଉଁଥିରେ ଏକ ବିବାହ ଉତ୍ସବରେ କରୋନା ଗାଇଡଲାଇନର ଉଲ୍ଲଂଘନ ହୋଇଛି । ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ପରେ ପୋଲିସ ଏବଂ ମହାନଗରର ଟିମ୍ ସେଠାରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୋଲିସ ଏବଂ ମହାନଗରର ଟିମ୍ ବିବାହ ସ୍ଥଳରେ ପହଞ୍ଚିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ବରକନ୍ୟା ପାଭିଲିୟନରୁ ବାହାରି ଯାଇଥିଲେ । କେବଳ ସେତିକି ନୁହେଁ, ତାଙ୍କ ପରିବାର ଲୋକେ ମଧ୍ୟ ସେଠାରୁ ଦୌଡ଼ିବା ଆରମ୍ଭ କରିଥିଲେ । ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣ ସମୟରେ ଏପରି ନିୟମ ଉଲ୍ଲଂଘନ ଏକ ବଡ଼ ବିପଦ ହୋଇପାରେ, ଯାହା ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିବାହ ଉତ୍ସବ ପାଇଁ ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏଥିରେ ସର୍ବାଧିକ ୫୦ ଲୋକ ଅଂଶଗ୍ରହଣ କରିପାରିବେ । ଏହାସହିତ ସମସ୍ତଙ୍କ ପାଇଁ ସାମାଜିକ ଦୂରତା ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା ।

ନିୟମ ଉଲ୍ଲଂଘନ କରି ବିବାହ ସମାରୋହ କରୁଥିବା ସ୍ଥାନରେ ପୋଲିସ ଏବଂ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀ ପହଞ୍ଚିବା କ୍ଷଣି ତେଣୁ ବରକନ୍ୟା ପରସ୍ପରର ହାତ ଧରି ଦୌଡ଼ିବାକୁ ଲାଗିଲେ । ତେବେ ଏହି ସମୟରେ କ୍ୟାମେରାରେ ରେକର୍ଡ କରିଥିବା କ୍ୟାମେରାମ୍ୟାନ ତାଙ୍କୁ କାବୁ କରିଥିଲେ । କେବଳ ବରକନ୍ୟା ନୁହେଁ ସେମାନଙ୍କ ପରିବାର ଲୋକେ ବି ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ATM ନିକଟରେ ବି ଅନେକ ଲୋକ ଲୁଚି ରହିଥିଲେ । ସେପଟେ ପୋଲିସ କନ୍ୟା ପିତା, ବର ପିତା ଏବଂ ହୋଟେଲ ମାଲିକ ପ୍ରତ୍ୟେକଙ୍କ ଠାରୁ ୫୦୦୦ ଟଙ୍କା ଲେଖାଏଁ ଜରିମାନା ସଂଗ୍ରହ କରିଥିଲା ।

ସୂଚନାଥାଉ ଯେ ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ୨୭୯୧୮ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ କରୋନା ସଂକ୍ରମଣ ହେତୁ ୧୩୯ ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୪୪୨୨ କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *